ଆଇପିଏଲ୍ -୨୦୨୧ ଫାଇନାଲ: ଦୁଇ ବିଶ୍ୱ ବିଜେତା ଅଧିନାୟକଙ୍କ ମଧ୍ୟରେ ହେବା ମୁକାବିଲା

ନୁଆଦିଲ୍ଲୀ, ଅକ୍ଟୋବର ୧୫ : ବିଶ୍ୱର ବହୁ ଚର୍ଚ୍ଚିତ କ୍ରିକେଟ୍ ଲିଗ୍ ଆଇପିଏଲ୍ -୨୦୨୧ର ଫାଇନାଲ ମ୍ୟାଚ୍ ଆଜି ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମୁକାବିଲାରେ ଦୁଇ ବିଶ୍ୱ ବିଜେତା ଅଧିନାୟକଙ୍କ ଦଳ ଆଗରେ ରହିବେ। ଏହି ସିଜିନର ଫାଇନାଲରେ ତିନିଥର ଆଇପିଏଲ୍ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଦୁଇଥର ପୂର୍ବତନ ବିଜେତା କୋଲକାତା ନାଇଟ୍ ରାଇଡର୍ସ ସହିତ ମୁହାଁମୁହିଁ ହୋଇଛନ୍ତି। ଧୋନି ୨୦୦୭ ରେ ଟି -୨୦ ବିଶ୍ୱକପ ଏବଂ ୨୦୧୧ ରେ ଦିନିକିଆ ବିଶ୍ୱକପ ଜିତିଛନ୍ତି। ଏଥି ସହିତ ମୋର୍ଗାନ ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଅଧିନାୟକ ଅଟନ୍ତି। ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୨୦୧୯ ଦିନିକିଆ ବିଶ୍ୱକପ ଟ୍ରଫି ଜିତିଥିଲା । 

gpkandhamal

ଉଭୟ ଦଳର ପୁର୍ବ ପ୍ରଦର୍ସନ ଦେଖିବାକୁ ଗଲେ ଚେନ୍ନାଇ ୧୨ଟି ଋତୁରେ ନଅ ଥର ଫାଇନାଲରେ ପହଞ୍ଚିଛି । ଏହି ନଅ ଥରରେ ଚେନ୍ନାଇ ତିନୋଟି ଟାଇଟଲ ଜିତି ଫାଇନାଲରେ ୬ ଥର ହାରିଥିବାବେଳେ କେକେଆର ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଉଭୟ ଟାଇଟଲ ଜିତିଥିଲା। ତେବେ ଚେନ୍ନାଇ ଅପେକ୍ଷା କୌଣସି ଦଳ ଫାଇନାଲରେ ପହଞ୍ଚିବାର ଏପରି ରେକର୍ଡ ରଖିନାହାନ୍ତି ।

Umasankar Adv
Leave A Reply

Your email address will not be published.