ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ କୋଟି ନିକଟତର

ନୂଆଦିଲ୍ଲୀ, ନଭେମ୍ବର ୦୬ : ବିଶ୍ବବ୍ୟାପୀ କରୋନା ଭାଇରସ ମହାମାରୀରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ସଂଖ୍ୟା ୨୫ କୋଟିରେ ପହଞ୍ଚିଛି। ଏହାରି ମଧ୍ୟରେ ୫୦.୫୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୪ ଲକ୍ଷ ୯୪ ହଜାର ୧୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୪୮୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୯୮ ଲକ୍ଷ ୧୫ ହଜାର ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୦ ଲକ୍ଷ ୫୩ ହଜାର ୧୭୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୬୧ ଲକ୍ଷ ୬୬ ହଜାର ୭୩୫ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୮୫ ଲକ୍ଷ ୯୫ ହଜାର ୫୧୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୭୬ ହଜାର ୧୧୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Umasankar Adv
Leave A Reply

Your email address will not be published.