JNUରେ ପୁଣି ହିଂସା

ନୂଆଦିଲ୍ଲୀ, ନଭେମ୍ବର ୧୫ : ଜବାହର ଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ବାମପନ୍ଥୀ ଛାତ୍ରମାନେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି। ଏବିଭିପିର ଜେଏନ୍‌ୟୁ ଶାଖା ତରଫରୁ ଦାବି କରାଯାଇଛି ଯେ, ରବିବାର ବିଳମ୍ବିତ ରାତିରେ ବାମପନ୍ଥୀ ଛାତ୍ରମାନେ ସେମାନଙ୍କୁ ପିଟାପିଟି କରିଛନ୍ତି। ଏଥିରେ ଏବିଭିପିର କିଛି ଛାତ୍ର ଆହତ ହୋଇଛନ୍ତି। ଅନ୍ୟପଟରେ ଜେଏନ୍‌ୟୁ ଛାତ୍ର ସଂଘର ସଭାପତି ଓ ଛାତ୍ର ସଂଗଠନ  ‘ଏସ୍‌ଏଫ୍‌ଆଇ’ ନେତା ଆଇଶୀ ଘୋଷ ଆକ୍ରମଣ ପାଇଁ ଏବିଭିପି ଉପରେ ଅଭିଯୋଗ ଆଣିଛନ୍ତି।  ଏବିଭିପି ଅନୁସାରେ ଜେଏନ୍‌ୟୁର ଷ୍ଟୁଡେଣ୍ଟ ଏକ୍ଟିଭିଟି ପ୍ରକୋଷ୍ଠରେ ବୈଠକ ଥିଲା। ଏହାର ବିରୋଧରେ ରବିବାର ରାତି ୯ଟା ୪୫ ମିନିଟରେ ବାମପନ୍ଥୀ ଛାତ୍ରଗୋଷ୍ଠୀ ସେଠାକୁ ପହଞ୍ଚିଥିଲେ। ସେମାନେ ବୈଠକକୁ ବିରୋଧ କରିବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିଲେ। 

gpkandhamal

ଏବିଭିପି ଦ୍ବାରା ଜାରି ବୟାନ ଅନୁସାରେ ବାମପନ୍ଥୀ ଛାତ୍ରମାନଙ୍କ ଦ୍ବାରା କରାଯାଇଥିବା ଆକ୍ରମଣରେ ଏବିଭିପିର ଅନେକ ଛାତ୍ର ଆହତ ହୋଇଛନ୍ତି। ଏଥିରେ ଛାତ୍ରୀମାନେ ମଧ୍ୟ ଅଛନ୍ତି। ଅଭିଯୋଗ ଅନୁସାରେ ବାମପନ୍ଥୀ ଛାତ୍ରମାନେ ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଆହତମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।  

Umasankar Adv
Leave A Reply

Your email address will not be published.