ଇତିହାସ ରଚିଲା ଅଷ୍ଟ୍ରେଲିଆ

ଦୁବାଇ, ନଭେମ୍ବର ୧୫ : ବିଶ୍ବକୁ ନୂଆ ଟି-୨୦ ବିଶ୍ବକପ୍‌ ଚମ୍ପିଅନ୍‌ ଦଳ ମିଳିଛି। ଅଷ୍ଟ୍ରେଲିଆ ରବିବାର ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରି ଟି-୨୦ ବିଶ୍ବକପ୍‌ ୨୦୨୧ର ଟ୍ରଫି ହାସଲ କରିବା ସହିତ ଇତିହାସ ରଚିଛି।  ଫାଇନାଲ ମୁକାବିଲାରେ ଟସ୍‌ ଅଷ୍ଟ୍ରେଲିଆକୁ ସବୁଠାରୁ ବଡ଼ ସହଯୋଗ କରିଥିଲା। ପ୍ରଥମେ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୧୭୨ ରନ୍‌ ସ୍କୋରରେ ଅଟକାଇଥିଲା। ନ୍ୟୁଜିଲାଣ୍ଡ ତରଫରୁ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ସର୍ବାଧିକ ୮୫ ରନ୍‌ ସଂଗ୍ରହ କରିଥିଲେ। ନିଜ ଟିମ୍‌ ପାଇଁ ୱିଲିୟମସନ୍‌ ଏକାକୀ ଲଢ଼ିଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆର ବୋଲିଂ ମଜବୁତ୍‌ ଥିଲା। କିନ୍ତୁ ପରେ କେନ୍‌ ୱିଲିୟମ୍‌ସନ୍‌ ଖେଳର ରୂପକୁ ବଦଳାଇ ଦେଇଥିଲେ।  ଅଷ୍ଟ୍ରେଲିଆର ବ୍ୟାଟିଂ ଦର୍ଶକଙ୍କୁ ବିମୋହିତ କରିଦେଇଥିଲା। ବିଶ୍ବକପ୍‌ ପୂର୍ବରୁ ଯେଉଁ ଡେଭିଡ ୱାର୍ଣ୍ଣରଙ୍କ ଫର୍ମକୁ ନେଇ ଚର୍ଚ୍ଚା ହେଉଥିଲା, ସେ ପୁଣି ଥରେ ବଡ଼ ସୁଯୋଗରେ ନିଜର ବିଶାଳତାକୁ ସଫଳ ରୂପ ଦେଇଥିଲେ। ଡେଭିଡ ୱାର୍ଣ୍ଣର ୫୩ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ଆରୋନ୍‌ ଫିଞ୍ଚ ବ୍ୟକ୍ତିଗତ ଭାବେ ୫ ରନ୍‌ରେ ଆଉଟ୍‌ ହୋଇଯିବା ପରେ ୱାର୍ଣ୍ଣର ଦଳକୁ ମଜବୁତ କରିଥିଲେ। 

ଅଷ୍ଟ୍ରେଲିଆ ପାଇଁ ହିରୋ ହୋଇଥିଲେ ମିଚେଲ ମାର୍ସ। ସେ ଫାଇନାଲ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମିଚେଲ ଚଳିତ ୱାଲକପ୍‌ରେ ଆରମ୍ଭରୁ ସେତେ ଭଲ ପ୍ରଦର୍ଶନ କରି ନଥିଲେ। କିନ୍ତୁ ଫାଇନାଲ ମ୍ୟାଚରେ ଦର୍ଶକଙ୍କ ହୃଦୟ ଜିତିଥିଲେ।୫୦ଟି ବଲ୍‌ ସାମ୍ନା କରି ୭୭ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଓ ୪ ଛକା ସାମିଲ ଥିଲା। 

Umasankar Adv
Leave A Reply

Your email address will not be published.