ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୨୫.୪୦ କୋଟି ଲୋକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୫୧.୧୪ ଲକ୍ଷ

ନୂଆଦିଲ୍ଲୀ, ନଭେମ୍ବର ୧୫ : ବିଶ୍ବବ୍ୟାପୀ କରୋନା ଭାଇରସ ମହାମାରୀରେ ୫୧.୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ୨୫.୪୦ କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୨୨.୯୬ କୋଟିରେ ପହଞ୍ଚିଛି। ଏହାରି ମଧ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୩ ଲକ୍ଷ ୪୦ ହଜାର ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୩୯୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୪୦ ଲକ୍ଷ ୮ ହଜାର ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୧୪ ହଜାର ୯୪୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୯୬ ଲକ୍ଷ ୬୦ ହଜାର ୩୨ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୯୨ ଲକ୍ଷ ୩୩ ହଜାର ୨୪୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୭୭ ହଜାର ୪୭୦ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Umasankar Adv
Leave A Reply

Your email address will not be published.