ଯୋଡ଼ାମୁଣ୍ଡ ଶିଶୁ ଜନ୍ମନେବାରୁ ପଳାୟନ କଲେ ମା’-ବାପା, ପୋଷ୍ୟ ଗ୍ରହଣ କଲେ ଡାକ୍ତରୀ ଟିମ୍‌

ରାଞ୍ଚି, ନଭେମ୍ବର ୨୬ : ଝାଡ଼ଖଣ୍ଡର ରିମ୍ସ ଡାକ୍ତରଖାନାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏଠାରେ ଜଣେ ନିର୍ଦ୍ଦୟ ମା’ ନବଜାତ ଶିଶୁକୁ ଛାଡ଼ି ସ୍ବାମୀ ସହିତ ପଳାୟନ କରିଛି। କୁହାଯାଉଛି ଯେ ନବଜାତ ଶିଶୁ ଓସିପିଟଲ ମେନିନଜେ ଇସେଫାଲୋସିଲ ନାମକ ଏକ ରୋଗରେ ପୀଡିତ ଥିଲା। ଏହି ରୋଗ ଯୋଗୁଁ ମୁଣ୍ଡ ପଛଅଂଶ ବାହାରି ଏକ ଥଳି ଭଳି ହୋଇଯାଇଥିଲା ଏବଂ ଏହା ୨ଟି ମୁଣ୍ଡ ଭଳି ଜଣାପଡୁଥିଲା। ଏହି ଅଂଶ ମସ୍ତିଷ୍କ ଓ ଚର୍ମ ସହିତ ମଧ୍ୟ ଯୋଡ଼ିହୋଇଥିଲା। 

ଏଭଳି ଶିଶୁକୁ ଦେଖି ପରିବାର ଲୋକେ ଚୁପଚାପ ହସ୍ପିଟାଲରୁ ଫେରାର ହୋଇଯାଇଥିଲେ। ଏହି ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ ସହିତ ସଂପର୍କ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଲା ଯେ, ମହିଳା ଜଣକ ମିଛ ଠିକଣା ଦେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ଡାକ୍ତରୀ ଟିମ ଶିଶୁକୁ ପୋଷ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡାକ୍ତର ଦ୍ବାରା ପରିଚାଳିତ ଏନଜିଓ ଶିଶୁର ଯତ୍ନ କରିବ।   ରିମ୍ସ ନ୍ୟୁରୋ ସର୍ଜରୀ ବିଭାଗର ଡାକ୍ତର ସହାୟ କହିଛନ୍ତି, ଡାକ୍ତରଙ୍କ ଟିମ ୨ ଘଣ୍ଟା ପର୍ଯ୍ୟନ୍ତ ଅପରେଶନ କରି ଶିଶୁର ମୁଣ୍ଡରୁ ଅତିରିକ୍ତ ମାଂସପେଶୀକୁ ହଟାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଶିଶୁ ଉପରେ କଡ଼ା ନଜର ରଖାଯିବ। ୧୦ ଦିନ ପରେ ଶିଶୁକୁ ହସ୍ପିଟାଲରୁ ଛୁଟି ମିଳିବ। 

Umasankar Adv
Leave A Reply

Your email address will not be published.