ଭାରତ-ଆମେରିକା-ବ୍ରାଜିଲ ପରେ ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ଛୁଇଁଲା

ଲଣ୍ଡନ, ନଭେମ୍ବର ୨୬ : ଭାରତ, ଆମେରିକା ଓ ବ୍ରାଜିଲ ପରେ କରୋନା ଭାଇରସ ବ୍ରିଟେନରେ ପ୍ରଭାବ ଦେଖାଇଛି। ଗତ ୨୪ ଘଣ୍ଟାରେ ୪୭ ହଜାର ୨୪୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ବ୍ରିଟେନରେ ୧‌କୋଟି ୨୧ ଲକ୍ଷ ୪୯୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୮ ଲକ୍ଷ ୭୪ ହଜାର ୯୬୫ ଜଣ ଏଥିରୁ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧  ଲକ୍ଷ ୪୪ ହଜାର ୪୩୩ ହୋଇଥିବା ବେଳେ ୧ ଲକ୍ଷ ୨ ହଜାର ୯୯ ଜଣଙ୍କର ଚିକିତ୍ସା ଜାରି ରହିଛି। 

gpkandhamal

ଆମେରିକାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୭୨୩ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪ ହଜାର ୯୦ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ଏଯାଏଁ ୪ କୋଟି ୮୯ ଲକ୍ଷ ୮୮ ହଜାର ୭୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୮୭ ଲକ୍ଷ ୯୧ ହଜାର ୭୮୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୮ ହଜାର ୫୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୩ ଲକ୍ଷ ୯୭ ହଜାର ୯୬୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୨ ହଜାର ୨୪୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି।ତେବେ ଭାରତରେ ଏପର୍ଯ୍ୟନ୍ତ ସାଢ଼େ ୩ କୋଟି ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ବ୍ରାଜିଲରେ ଏହା ୨ କୋଟି ଅତିକ୍ରମ କରିଛି।    

Umasankar Adv
Leave A Reply

Your email address will not be published.