କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡଲାଇନ୍‌ ଜାରି

ନୂଆଦିଲ୍ଲୀ, ନଭେମ୍ବର ୨୭ : କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମନ୍ତ୍ରାଳୟ ହଙ୍ଗକଙ୍ଗ ଓ ଇସ୍ରାଏଲକୁ ମଧ୍ୟ ସେହି ଦେଶର ତାଲିକାରେ ଯୋଡ଼ିଛି, ଯେଉଁ ଦେଶର ନାଗରିକ ଭାରତ ଆସିବା ପୂର୍ବରୁ କରୋନା ଟେଷ୍ଟ ସମେତ ଅନ୍ୟ ଗାଇଡଲାଇନ୍‌ ପାଳନ କରିବାକୁ ବାଧ୍ୟ ହେବେ। ଏହା ପୂର୍ବରୁ କେନ୍ଦ୍ର ସରକାର ବ୍ରିଟେନ୍‌ ସମେତ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସୱାନା, ମରିଶସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଓ ସିଙ୍ଗାପୁରକୁ ତାଲିକାରେ ଯୋଡ଼ିଥିଲା। 

gpkandhamal

ବିଶ୍ବର ଏକାଧିକ ଦେଶରେ ପୁଣି ଥରେ କରୋନା ଭାଇରସ ସକ୍ରିୟ ହୋଇଉଠିଛି। କରୋନାର ନୂଆ ଭ୍ୟାରିଆଣ୍ଟ ବିଦେଶରେ ତାଣ୍ଡବ ରଚିଛି। ଏହି କାରଣରୁ ଭାରତ ସରକାର କରୋନାର ନୂଆଁ ଭ୍ୟାରିଆଣ୍ଟ ପ୍ରଭାବିତ ଦେଶର ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ଉପରୋକ୍ତ ୧୨ଟି ଦେଶରୁ ଭାରତ ଆସୁଥିବା ବିଦେଶୀ ନାଗରିକଙ୍କୁ ବିମାନ ଯାତ୍ରା ପୂର୍ବରୁ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଆଣିବାକୁ ହେବ। ଏଥି ସହିତ ସେମାନେ ଭାରତ ପହଞ୍ଚିବା ପୂର୍ବରୁ କରୋନା ଟେଷ୍ଟ କରାଇବେ। 

Umasankar Adv
Leave A Reply

Your email address will not be published.