ବିହାର-ଝାଡ଼ଖଣ୍ଡ ସବୁଠୁ ଗରିବ

ନୂଆଦିଲ୍ଲୀ, ନଭେମ୍ବର ୨୭ : ନୀତି ଆୟୋଗ ନିକଟରେ ଫାଷ୍ଟ ମଲ୍ଟିଡାଇମେନଶନାଲ ପଭର୍ଟି ଇଡେକ୍ସ (MPI) ଜାରି କରିଛି। ଏହାରି ଅନୁସାରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶ ଭାରତର ସବୁଠାରୁ ଗରିବ ରାଜ୍ୟ। ରିପୋର୍ଟରେ କେରଳ, ଗୋଆ ଓ ସିକିମରେ କମ ଗରିବ ଥିବା ରାଜ୍ୟ କୁହାଯାଇଛି।  ରିପୋର୍ଟ ଅନୁସାରେ ବିହାରରେ ୫୧.୯୧ ପ୍ରତିଶତ ଗରିବ ଅଛନ୍ତି। ଝାଡ଼ଖଣ୍ଡରେ ୪୨.୧୬ ପ୍ରତିଶତ ଥିବା ବେଳେ ଉତ୍ତର ପ୍ରଦେଶରେ ୩୭.୭୯ ପ୍ରତିଶତ ଅଛନ୍ତି। ମଧ୍ୟପ୍ରଦେଶ ଏହି ତାଲିକାରେ ୪ର୍ଥ ସ୍ଥାନରେ ରହିଛି। ଏହି ରାଜ୍ୟରେ ୩୬.୬୫ ପ୍ରତିଶତ ଗରିବ ଅଛନ୍ତି। ମିଜୋରାମ (୩୨.୬୭% ଗରିବ ରାଜ୍ୟ ଭାବେ ୫ମ ସ୍ଥାନରେ ଅଛି।   ନୀତି ଆୟୋଗର ରିପୋର୍ଟ ଅନୁସାରେ କେରଳରେ ୦.୭୧ ପ୍ରତିଶତ ଲୋକ ଗରିବ। ଗୋଆରେ ୩.୬୭ ପ୍ରତିଶତ, ସିକ୍କିମରେ ୩.୮୭ ପ୍ରତିଶତ ଓ ତାମିଲନାଡୁରେ ୪.୮୯ ପ୍ରତିଶତ ଜନସଂଖ୍ୟା ଗରିବ ସୀମାରେଖା ଭିତରେ ଅଛନ୍ତି।  କେନ୍ଦ୍ର ଶାସିତ ରାଜ୍ୟ ତାଲିକାରେ ଦାଦ୍ରା ନଗର ହାବେଳି ୨୭.୩୬ ପ୍ରତିଶତ, ଜମ୍ମୁ କଶ୍ମୀର ଓ ଲଦ୍ଦାଖ ୧୨.୫୮ ପ୍ରତିଶତ, ଦାମନ ଓ ଡିଉ ୬.୮୨ ପ୍ରତିଶତ, ଚଣ୍ଡିଗଡ଼ ୫.୯୭ ପ୍ରତିଶତ, ପୁଡୁଚେରୀ ୧.୭୨ ପ୍ରତିଶତ ଗରିବ ଥିବା ବେଳେ ଲକ୍ଷାଦୀପରେ ୧.୮୨ ପ୍ରତିଶତ ଗରିବ ଅଛନ୍ତି। ସେହିପରି ଆଣ୍ଡାମାନରେ ୪.୩୦ ପ୍ରତିଶତ ଏବଂ ଦିଲ୍ଲୀରେ ୪.୭୯ ଜନସଂଖ୍ୟାରେ ଗରିବୀ ଦେଖାଯାଇଛି।  ବିହାରରେ ଅପପୁଷ୍ଟିରେ ଜୀବନଧାରଣ କରୁଥିବା ଲୋକସଂଖ୍ୟା ସର୍ବାଧିକ। ଏହା ପରେ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଓ ଛତିଶଗଡ଼ର ସ୍ଥାନ ଆସିଥାଏ। ଏଠାରେ ସ୍ବାସ୍ଥ୍ୟ, ଶିକ୍ଷା, ସ୍କୁଲରେ ଉପସ୍ଥିତି ଏବଂ ଖାଦ୍ୟ ପ୍ରସ୍ତୁତିରେ ଇନ୍ଧନ ଏବଂ ବିଦ୍ୟୁତରୁ ବଂଚିତ ଜନସଂଖ୍ୟାକୁ ଯଦି ପ୍ରସଙ୍ଗ କରାଯାଏ, ବିହାରର ପ୍ରଦର୍ଶନ ସବୁଠାରୁ ଅଧିକ ଖରାପ। 

Leave A Reply

Your email address will not be published.