ଦିଲ୍ଳୀ: ଏକାଧିକ ଡାକ୍ତରଖାନାରେ ଆଜି OPD ବନ୍ଦ

ନୂଆଦିଲ୍ଲୀ, ନଭେମ୍ବର ୨୭ : ନିଟ ପିଜି ୨୦୨୧ କାଉନସିଲିଙ୍ଗ ଆୟୋଜିତ କରିବାରେ ବାରମ୍ବାର ବିଳମ୍ବ ହେଉଥିବା ବିରୋଧରେ ଡାକ୍ତର ସଂଗଠନ ଆନ୍ଦୋଳନ ଘୋଷଣା କରିଛନ୍ତି। ଫେଡେରେଶନ ଅଫ ରେଜିଡେଣ୍ଟ ଡାକ୍ତର ଆସୋସିଏଶନ ନଭେମ୍ବର ୨୭ରୁ ଓପିଡି ସେବାରୁ ନିବୃତ୍ତ ରହିବାକୁ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀରେ ରେଜିଡେଣ୍ଟ ଡାକ୍ତର ଏସୋସିଏଶନ ଶନିବାର ଠାରୁ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ରାମ ମନୋହର ଲୋହିଆ ହସ୍ପିଟାଲ, ଲେଡି ହର୍ଡିଙ୍ଗ ହସ୍ପିଟାଲ ଓ ଭିଏମ୍‌ଏମ୍‌ସି ଶନିବାର ଦିଲ୍ଲୀରେ ଓପିଡି ବନ୍ଦ କରିବାକୁ ନେଇ ଘୋଷଣା କରିଛନ୍ତି। FAIMA, FORDA ଓ IMA JDN  ଡାକ୍ତର ସଂଗଠନ ନିଟ ପିଜି ୨୦୨୧ କାଉନସିଲିଙ୍ଗରେ ହେଉଥିବା ଅହେତୁକ ବିଳମ୍ବ ବିରୋଧରେ ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନ ପାଇଁ ଅପିଲ କରିଥିଲେ। ଏବେ ଦେଶବ୍ୟାପୀ ଏହି ଡାକ୍ତରଙ୍କ ଆନ୍ଦୋଳନ ସହିତ ଜଡ଼ିତ ଅଛନ୍ତି। 

Leave A Reply

Your email address will not be published.