ଭଡ଼ା ବଦଳରେ ଘର ମାଲିକକୁ ପତ୍ନୀଙ୍କୁ ହସ୍ତାନ୍ତର ଚାହୁଁଥିଲା ପତି, ବିରୋଧ କରିବାରୁ ଦେଲା ତିନ୍‌ ତଲାକ୍‌

ମେରଠ, ନଭେମ୍ବର ୨୭ : ଉତ୍ତରପ୍ରଦେଶର ମେରଠରେ ପୁଣି ତିନ୍‌ ତଲାକ ମାମଲା ଆସିଛି। ପତ୍ନୀଙ୍କ ଅଭିଯୋଗ ଯେ, ତାଙ୍କର ପତି ଘର ଭଡା ଦେଇ ନ ପାରିବାରୁ ଘରମାଲିକ ସହିତ ଶାରୀରିକ ସଂପର୍କ ରଖିବାକୁ ଚାପ ପ୍ରୟୋଗ କରିଥିଲା। ପତ୍ନୀ ଯେତେବେଳେ ଏହାର ବିରୋଧ କରିଥିଲେ, ପତି ତିନ୍‌ ତଲାକ ଦେଇ ଫେରାର ହୋଇଯାଇଛି। ପୀଡିତ ଥାନାରେ ଅଭିଯୁକ୍ତ ପତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ନୌଚନ୍ଦି ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କ ୩ ବର୍ଷ ପୂର୍ବରୁ ଲିସାଡୀ ଗେଟ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା। ପୀଡିତା ନିଜ ପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳା ପୋଲିସଙ୍କୁ କହିଛନ୍ତି ଯେ, ତାଙ୍କର ପତି ଘରମାଲିକଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ଚାପ ପ୍ରୟୋଗ କରୁଥିଲା। ଘର ମାଲିକ ସହିତ ଶାରୀରିକ ସଂପର୍କ ରଖିଲେ, ଘର ଭଡ଼ାରୁ ମୁକ୍ତି ମିଳିବ ବୋଲି ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡିତାଙ୍କ ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମହିଳା ଆହୁରି ଅଭିଯୋଗ କରିଛନ୍ତି ଯେ, ଯୌତୁକରେ ମିଳିଥିବା ସବୁ ଜିନିଷକୁ ପତି ବିକ୍ରି କରିଦେଇଛି।  

Leave A Reply

Your email address will not be published.