ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୫୨.୧୬ ଲକ୍ଷ ମୃତ

ନୂଆଦିଲ୍ଲୀ, ନଭେମ୍ବର ୨୯ : କରୋନା ଭାଇରସ ମହାମାରୀରେ ଭାରତ ସମେତ ସମଗ୍ର ବିଶ୍ବ ଅତିଷ୍ଠ ହୋଇଛି। ୨ ବର୍ଷ ହେବ ବିଶ୍ବର ଜନତା ଏହି ସଂକ୍ରମଣରେ ଛଟପଟ ହେଉଛନ୍ତି। କରୋନା ଯୋଗୁଁ ୫୨.୧୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୩ ଲକ୍ଷ ୮୧ ହଜାର ୨୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୧୯୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।   

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୬ କୋଟି ୧୭ ଲକ୍ଷ ୩୯ ହଜାର ୮୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୨ ଲକ୍ଷ ୧୬ ହଜାର ୮୬୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୬୩ ଲକ୍ଷ ୬୫ ହଜାର ୮୭୦ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨  କୋଟି ୧୫ ଲକ୍ଷ ୭ ହଜାର ୧୩୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୩ ହଜାର ୮୬୫ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Umasankar Adv

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨ କୋଟି ୨୦ ଲକ୍ଷ ୮୦ ହଜାର ୯୦୬ ସଂକ୍ରମିତ, ୬ ଲକ୍ଷ ୧୪ ହଜାର ୩୧୪ ମୃତ

ବ୍ରିଟେନ: ୧ କୋଟି ୧ ଲକ୍ଷ ୪୬ ହଜାର ୯୧୫ ସଂକ୍ରମିତ, ୧ ଲକ୍ଷ ୪୪ ହଜାର ୭୭୫ ମୃତ

ରୁଷିଆ: ୯୫ ଲକ୍ଷ ୭୦ ହଜାର ୩୭୩ ସଂକ୍ରମିତ, ୨ ଲକ୍ଷ ୭୨ ହଜାର ୭୫୫ ମୃତ

gpkandhamal

ତୁର୍କୀ: ୮୭ ଲକ୍ଷ ୪୬ ହଜାର ୫୫ ସଂକ୍ରମିତ, ୭୬ ହଜାର ୪୪୬ ମୃତ

ଫ୍ରାନ୍ସ: ୭୬ ଲକ୍ଷ ୨୦ ହଜାର ୪୮ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୮୯୪ ମୃତ

ଇରାନ: ୬୧ ଲକ୍ଷ ୮ ହଜାର ୮୮୨ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୬୨୯ ମୃତ

ଜର୍ମାନୀ: ୫୭ ଲକ୍ଷ ୮୨ ହଜାର ୯୬୧ ସଂକ୍ରମିତ, ୧ ଲକ୍ଷ ୧ ହଜାର ୪୧୧ ମୃତ

ଆର୍ଜେଣ୍ଟିନା: ୫୩ ଲକ୍ଷ ୨୬ ହଜାର ୪୪୮ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୫୨୯ ମୃତ

ସ୍ପେନ: ୫୧ ଲକ୍ଷ ୩୧ ହଜାର ୧୨ ସଂକ୍ରମିତ, ୮୭ ହଜାର ୯୫୫ ମୃତ

Leave A Reply

Your email address will not be published.