ଓମିକ୍ରନ୍‌ର ୩୦ରୁ ଅଧିକ ମ୍ୟୁଟେଶନ

ନୂଆଦିଲ୍ଲୀ, ନଭେମ୍ବର ୨୯ : କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’କୁ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି। ଭାରତରେ ମଧ୍ୟ ଓମିକ୍ରନ୍‌କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ସରକାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ସତର୍କ ଅଛନ୍ତି। କାରଣ ଅନ୍ୟ ଦେଶ ଗୁଡ଼ିକରେ ଏବେ ଏହି ସଂକ୍ରମଣ କାୟା ବସ୍ତାର କରୁଛି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନିମ୍ନରେ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି।  ଡା ରଣଦୀପ ଗୁଲେରିଆଙ୍କ କହିବା ଅନୁସାରେ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟରେ ଏହାର ସ୍ପାଇକ୍‌ ପ୍ରୋଟିନ୍‌ରେ ୩୦ରୁ ଅଧିକ ପରିବର୍ତ୍ତନ ହେଉଛି, ଯେଉଁଥିରେ କି ଏକ ଇମ୍ୟୁନୋସ୍କେପ ତନ୍ତ୍ର ବିକଶିତ କରିବାର କ୍ଷମତା ମିଳିଥାଏ। ଏହି କାରଣରୁ ଏବେ ଏହି ଭ୍ୟାରିଆଣ୍ଟକୁ ମୁକାବିଲା କରିବା ପାଇଁ କରୋନା ଟିକାର ପ୍ରଭାବକାରିତା ଉପରେ ଗମ୍ଭିର ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି। ସ୍ପାଇକ ପ୍ରୋଟିନର ଉପସ୍ଥିତି ଦ୍ବାରା କୌଣସି ମାନବ ଶରୀରର କୋଶିକାରେ ଭାଇରସ ପ୍ରବେଶ କରିବା ଅଧିକ ସହଜ ହୋଇଥାଏ। ଏହାକୁ ସେହି ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମଣୀୟ କରିବା ଏବଂ ସଂକ୍ରମଣ ଉତ୍ପାଦନ କରିବାକୁ ଦାୟୀ କୁହାଯାଇଥାଏ। କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯେ, କରୋନା ଭାଇରସର ନୂଆ ସଂକ୍ରମଣରେ ସ୍ପାଇକ ପ୍ରୋଟିନରେ ୩୦ରୁ ଅଧିକ ପରିବର୍ତ୍ତନ ହୋଇଛି। ଏଥି ପାଇଁ ଇମ୍ୟୁନୋସ୍କୋପ ତନ୍ତ୍ର ବିକଶିତ କରିବାର କ୍ଷମତା ରହିଛି। ସ୍ପାଇକ ପ୍ରୋଟିନ ମୁକାବିଲା ଆଣ୍ଟିବଡ଼ି ସୃଷ୍ଟି କରୁଥିବା ଅଧିକାଂଶ ଟିକାରେ ସ୍ପାଇକ୍‌ ପ୍ରୋଟିନରେ ଏତେ ପରିବର୍ତ୍ତନ ଯୋଗୁଁ ପ୍ରଭାବଶୀଳତା କମ ହୋଇପାରେ। 

Leave A Reply

Your email address will not be published.