ଦିଲ୍ଳୀ-ମୁମ୍ବାଇ ବିମାନରେ ମହିଳା ଯାତ୍ରୀଙ୍କ ହଙ୍ଗାମା

ନୂଆଦିଲ୍ଲୀ, ନଭେମ୍ବର ୨୯ : ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ର ବିମାନରେ ନିଶାଶକ୍ତ ମହିଳା ଯାତ୍ରୀ ହଙ୍ଗାମା କରିଛନ୍ତି। ମହିଳା ମଦ ନିଶାରେ ଥିବାରୁ ବିମାନର ଟେକ୍‌ ଅଫ୍‌କୁ ଅଟକାଇବାକୁ ପଡ଼ିଥିଲା। ଅଭିଯୋଗ ହେଉଛି ଯେ, ତାଙ୍କୁ ଏୟାର ହୋଷ୍ଟେସ ଓ ସାଥୀ ଯାତ୍ରୀମାନେ କଟୁ କଥା କହିଥିଲେ। ମାମଲାକୁ ଗୁରୁତର ମନେକରି ପାଇଲଟ୍‌ ବିମାନକୁ ଟେକ୍‌ ଅପ୍‌ ବିଳମ୍ବରେ କରିଥିଲେ। ଏହା ପରେ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି କାରଣରୁ ୨୦୦ରୁ ଅଧିକ ଯାତ୍ରୀ ଥିବା ବିମାନ ପାଖାପାଖି ୨ ଘଣ୍ଟା ପରେ ଛାଡ଼ିଥିଲା। 

gpkandhamal

ତାଙ୍କର ସାଥୀ ଯାତ୍ରୀମାନେ ତାଙ୍କୁ ଭଲ ଭାବରେ ମାସ୍କ ପିନ୍ଧି ନିଜ ସିଟରେ ବସିବାକୁ କହିଥିଲେ। କନ୍ତୁ ସେ ଓଲଟା ଚିତ୍କାର କରିଥିଲେ। ଧମକ ଦେଲା ଭଳି ସେ କହୁଥିଲେ, ମୁଁ ଦେଖିନେବି। ମାମଲା ଗମ୍ଭୀର ହେବାରୁ ଯାତ୍ରୀମାନେ ହସ୍ତକ୍ଷେପ କରିଥିଲେ। ଏବାବଦରେ ପାଇଲଟଙ୍କୁ ସୂଚନା ଦିଆଯାଇଥିଲା। ଯାତ୍ରୀମାନଙ୍କ କହିବା ଅନୁସାରେ କରୋନା ସଂକଟ ସମୟରେ ମହିଳା ଯାତ୍ରୀ ନିୟମ ଉଲ୍ଲଂଘନ କରିଥିଲେ। ଏଥି ସହିତ ଚିତ୍କାର କରିଥିଲେ। ଏହା ପରେ ମାମଲା ନେଇ ଏଟିସିକୁ ସୂଚନା ଦିଆଗଲା ଏବଂ ବିମାନ ପୁଣି ଥରେ ଫେରିଆସିଥିଲା। ମହିଳା ଯାତ୍ରୀଙ୍କୁ ବିମାନରୁ ଛାଡ଼ି ଦିଆ ଯାଇଥିଲା

Umasankar Adv
Leave A Reply

Your email address will not be published.