ସ୍ଥଗିତ ରହିଲା ଧନୁଯାତ୍ରା ମହୋତ୍ସବ

ବରଗଡ଼, ଡିସେମ୍ବର ୧୧ : ପଡୋଶୀ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁନେଇ ଓଡ଼ିଶା ପାଇଁ ଏବେ ବୃଦ୍ଧି ପାଇଛି ସଂକ୍ରମଣ ଭୟ । ଏଭଳି ପରିସ୍ଥିତିରେ ନୂଆ ବର୍ଷ ଓ ବଡ଼ଦିନ ଉତ୍ସବ ଗୁଡିକୁ ବାରଣ କରାଯାଇଥିବା ବେଳେ ଏବେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉପରେ ଲାଗିଛି କରୋନା କଟକଣା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଡିସେମ୍ବର ଗାଇଡଲାଇନକୁ ଦୃଷ୍ଟିରେ ରଖି ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖାଯାଇଥିବା ବେଳେ ଜାନୁଆରୀ ଗାଇଡଲାଇନ୍ ଆସିବା ପରେ ମହୋତ୍ସବ ହେବକି ନାହିଁ ତା ଉପରେ ନିଷ୍ପତି ନିଆଯିବ ବୋଲି ବରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟି ଅଧ୍ୟକ୍ଷ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ବସିଥିବା ବେଳେ ବୈଠକରେ ଧନୁଯାତ୍ରା ସ୍ଥଗିତ ରଖିବା ପାଇଁ ନିଷ୍ପତି ହୋଇଛି । ତେବେ ୧୧ ଦିନ ଧରି ବରଗଡ଼ରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ତେବେ ବର୍ତ୍ତମାନ ଓମିକ୍ରନ୍ ଆତଙ୍କ ସମୟରେ ଓ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ବୋଲି ବରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.