ବ୍ରିସ୍‌ବେନ୍‌ ଟେଷ୍ଟ: ଦ୍ବିତୀୟ ପାଳିରେ ୨୯୭ରେ ଇଂଲଣ୍ଡ ଆଉଟ୍‌

ବ୍ରିସବେନ୍‌, ଡିସେମ୍ବର ୧୧ : ଅଷ୍ଟ୍ରେଲିଆର ବ୍ରିସବେନ୍‌ ଠାରେ ଇଂଲଣ୍ଡ ଓ କଙ୍ଗାରୁ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ୪ର୍ଥ ଦିନରେ ଶନିବାର ଇଂଲଣ୍ଡ ଦ୍ବିତୀୟ ପାଳିରେ ୨୯୭ ରନ୍‌ରେ ଅଲଆଉଟ୍‌ ହୋଇଛି। ଇଂଲଣ୍ଡ ଟିମ୍‌ ଘରୋଇ ଦଳ ବିପକ୍ଷରେ ପ୍ରଥମ ପାଳିରେ ୧୪୭ ରନ୍‌ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୨୫ ରନ୍‌ ସଂଗ୍ରହ କରିଥିବାରୁ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ୨ଟି ପାଳି ବ୍ୟାଟିଂ ଶେଷ କରି ୧୯ ରନ୍‌ରେ ଅଗ୍ରଣୀ ରହିଛି। ଚତୁର୍ଥ ଦିନରେ ଖେଳ ବାକି ଥିବା ବେ‌ଳେ ଘରୋଇ କଙ୍ଗାରୁ ଦଳର ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ଦ୍ବିତୀୟ ପାଳିରେ ଇଂଲଣ୍ଡର ଅଧିନାୟକ ଜୋଏ ରୁଟ ସର୍ବାଧିକ ୮୯ ରନ୍‌ ବ୍ୟକ୍ତିଗତ ସ୍କୋର କରିଥିଲେ। ରୁଟ ୧୬୫ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ଟି ଚୌକା ମାରିଥିଲେ। ସେହିପରି ଡେଭିଡ ମଲାନ ୧୯୫ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୮୨ ରନ୍‌ କରିଥିଲେ। ଓପରନ ହସିବ୍‌ ହମିଦ୍‌ ୨୭ ରନ୍‌, ଜୋସ ବଟ୍‌ଲର ୨୩ ରନ୍‌, କ୍ରସ୍‌ ୱକ୍ସ ୧୬ ରନ୍‌, ବେନ୍‌ ଷ୍ଟୋକ୍ସ ୧୪ ରନ୍‌, ରୋରୀ ବୋନ୍ସ ୧୩ ରନ୍‌ ସଂଗ୍ରହ କରିଥିଲେ। 

Leave A Reply

Your email address will not be published.