ବ୍ରହ୍ମପୁର ପରେ ଯାଯପୁରରେ ସମାନ ଘଟଣା, ବାହାହେବା ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଇଛି ପ୍ରେମିକା

ଯାଯପୁର, ଡିସେମ୍ବର ୧୧: ବ୍ରହ୍ମପୁର ଡିମ୍ପଲ ଦାସ ପରି ଯାପପୁରରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଘଟଣା । ବାହାହେବା ପାଇଁ ଜିଦ୍ ଧରି ପ୍ରେମିକ ଘଣ ଆଗରେ ଧାରଣା ଦେଇଛି ପ୍ରେମିକା । ଏଭଳି କିଛି ଦେଖିବାକୁ ମିଳିଛି ଯାଯପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡି ଅଞ୍ଚଳରେ । ଅଭିଯୋଗ ମୁତାବକ ଭୁବନେଶ୍ୱର ପୋଖରିପୁଟ ଅଞ୍ଚଳର ପ୍ରେମିକା ଜଣକ ଆଜି ରଗଡି ଅଂଚଳର ରଞ୍ଜନ ଆଚାର୍ଯ୍ୟଙ୍କ ଘର ଆଗରେ ଧାରଣାରେ ବସିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିବା ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବା ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ ରଞ୍ଜନ । ଏହାପରେ ଯୁବତୀ ଜଣକ ରଞ୍ଜନଙ୍କ ସହିତ ମାସ ମାସ ଧରି ଭୁବନେଶ୍ୱରରେ ମଧ୍ୟ ରହିଥିଲେ । କିନ୍ତୁ ଗତ କିଛି ମାସ ହେଲା ସେ ଆଉ ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି । ଫଳରେ ସେ ବାଧ୍ୟ ହୋଇ ରଞ୍ଜନଙ୍କ ଘରକୁ ଆସି ଧାରଣାରେ ବସିଥିଲେ । କିନ୍ତୁ ପରିବାର ଲୋକେ କବାଟ ଖୋଲି ନଥିଲେ । ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରେମିକାଙ୍କୁ ବୁଝାସୁଝା କରିବା ସହିତ ତାଙ୍କୁ ସୁଧାର ଗୃହକୁ ନିଆଯାଇଛି । ଆସନ୍ତାକାଲି ଯୁବତୀଙ୍କୁ ଭୁବନେଶ୍ୱରର ମହିଳା ଥାନାକୁ ନିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.