ଉତ୍ତର କୋରିଆରେ କିମ୍‌ ଜଙ୍ଗ୍‌ ସରକାରଙ୍କ ଜଲ୍ଳାଦ ଦ୍ବାରା କଏଦୀଙ୍କ ମୃତଦେହ ଉପରେ ବର୍ବରତା

ପ୍ୟୋଙ୍ଗୟାଙ୍ଗ, ଡିସେମ୍ବର ୧୮ ଉତ୍ତର କୋରିଆରେ ତାନାଶାହ କିମ୍‌ ଜଙ୍ଗ ଉନ୍‌ଙ୍କ ଜଲ୍ଲାଦ୍‌ ଲୋକଙ୍କର ମୃତହେଦ ସହିତ ବର୍ବତରା କରିବାକୁ ପଛାଇ ନାହାନ୍ତି। ଏକ ରିପୋର୍ଟରୁ ଏହା ଜଣାଯାଇଛି। ଉତ୍ତର କୋରିଆରେ ଫାସୀ ଦିଆଯାଇଥିବା କଏଦୀଙ୍କ ମୃତଦେହ ଉପରେ ବର୍ବରତା କରାଯାଇଛି। ଏଠାରେ ମାନବତାର ଉଲ୍ଲଂଘନ କରାଯାଇଛି। ସର୍ବସାଧାରଣ ସ୍ଥଳରେ ଫାସୀ ଦିଆଯିବା ସମୟରେ କଏଦୀଙ୍କ ପିରବାର ଲୋକଙ୍କୁ ଉପସ୍ଥିତ ରିହବାକୁ ବାଧ୍ୟ କରାଯାଇଛି। ମାନବାଧିକାର ସମୂହ ଟ୍ରାଞ୍ଜିଶନାଲ ଜଷ୍ଟିସ ୱାର୍କିଙ୍ଗ ଗ୍ରୁପ ପକ୍ଷରୁ ଦାବି କରାଯାଇଛି ଯେ, କିମ ଜଙ୍ଗ ୨୦୧୧ ପରେ ୨୭ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ୨୦୧୧ ଡିସେମ୍ବର ୧୭ରେ ନିଜର ପିତାଙ୍କ ଅଚାନକ ମୃତ୍ୟୁ ପରେ କ୍ଷମତାକୁ ଆସିଥିଲେ। ମାନବାଧିକାର ସମୂହର ଗବେଷକ ଦାବି କରିଛନ୍ତି ଯେ, ଏହାରି ମଧ୍ୟରେ କିମ ଜଙ୍ଗ ଉନ୍‌ ୨୭ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇସାରିଛନ୍ତି। ଏଥିରୁ ୨୧ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ୨ ଜଣଙ୍କୁ ଫାସୀ ଦିଆଯାଇଛି। 

Leave A Reply

Your email address will not be published.