ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୨୭.୬୫ କୋଟି ଲୋକ ସଂକ୍ରମିତ

ନୂଆଦିଲ୍ଲୀ, ଡିସେମ୍ବର ୨୨ : କରୋନା ଭାଇରସ ମହାମାରୀ ବିଶ୍ବବ୍ୟାପୀ ତାଣ୍ଡବ ରଚିଛି। ଏଥିରୁ ଭାରତ ମଧ୍ୟ ବାଦ୍‌ ପଡ଼ିନାହିଁ, ଯେଉଁଥି ପାଇଁ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ିଛି। ବିଶ୍ବବ୍ୟାପୀ ୫୩.୮୪ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୬୫ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୭ ଲକ୍ଷ ୩୩ ହଜାର ୯୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୯୨୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୭ କୋଟି ୬୫ ଲକ୍ଷ ୫୩ ହଜାର ୨୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୩ ଲକ୍ଷ ୮୪ ହଜାର ୪୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୪ କୋଟି ୭୯ ଲକ୍ଷ ୯୮ ହଜାର ୩୭ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୩୧ଲକ୍ଷ ୭୦ ହଜାର ୮୧୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୯ ହଜାର ୧୪୧ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.