କରୋନା: ବିଶ୍ବବ୍ୟାପୀ ୨୭.୭୪ କୋଟି ଲୋକ ଆକ୍ରାନ୍ତ, ୫୩.୯୨ ଲକ୍ଷ ମୃତ

ନୂଆଦିଲ୍ଲୀ, ଡିସେମ୍ବର ୨୩: କରୋନା ଭାଇରସ ମହାମାରୀ ଆହୁରି ଉଗ୍ରରୂପ ଧାରଣ କରିଛି। ଆମେରିକା, ଇଂଲଣ୍ଡ ଓ ଭାରତ ସମେତ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ବିଶ୍ବବ୍ୟାପୀ ୫୩.୭୫ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୭୪ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୮ ଲକ୍ଷ ୫୫ ହଜାର ୮୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୭୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୭ କୋଟି ୭୪ ଲକ୍ଷ ୬୦ ହଜାର ୬୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୩ ଲକ୍ଷ ୯୨ ହଜାର ୫୯୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୪ କୋଟି ୮୫ ଲକ୍ଷ ୭୩ ହଜାର ୯୮୩ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୩୪ଲକ୍ଷ ୯୪ ହଜାର ୭୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୯ ହଜାର ୫୦୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.