ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ କୋଟି ନିକଟତର

ନୂଆଦିଲ୍ଲୀ, ଡିସେମ୍ବର ୨୫ : କରୋନା ଭାଇରସ ମହାମାରୀ ଆମେରିକା, ବ୍ରିଟେନ୍‌ ଓ ଭାରତ ସମେତ ସମଗ୍ର ବିଶ୍ବବାସୀଙ୍କୁ ଡରାଇ ରଖିଛି। ବିଶ୍ବରେ ୫୪.୮ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୯୩ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୭ ଲକ୍ଷ ୯୬ ହଜାର ୪୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୪ ଲକ୍ଷ ୮ ହଜାର ୬୯୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।    ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୭ କୋଟି ୯୩ ଲକ୍ଷ ୧୧ ହଜାର ୪୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏବେ ବିଶ୍ବରେ ୨୪ କୋଟି ୯୬ ଲକ୍ଷ ୨୭ ହଜାର ୫୦୨ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୪୨ଲକ୍ଷ ୭୫ ହଜାର ୨୨୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୮ ହଜାର ୮୮୮ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.