‘ବଡ଼ଦିନ’ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ଡିସେମ୍ବର ୨୫ : ରାଷ୍ଟ୍ରପତି ରାମାନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।  ଟୁଇଟ୍‌ କରି ରାଷ୍ଟ୍ରପତି କହିଛନ୍ତି ଭାରତ ଓ ଭାରତ ବାହାରେ ରହୁଥିବା ଖ୍ରୀଷ୍ଟ ଧର୍ମାବଳମ୍ବୀ ଭାଇ-ଭଉଣୀମାନଙ୍କୁ ବଡ଼ଦିନର ଶୁଭେଚ୍ଛା। ଆମ ଜୀବନ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷା ପ୍ରେରଣାର ଉତ୍ସ ହେଉ। ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଦିବସରେ ସମସ୍ତେ ସୁସ୍ଥ ରୁହନ୍ତୁ ବ‌ୋଲି ମୋଦୀ କାମନା କରିଛନ୍ତି। ଆଜି ସମଗ୍ର ବିଶ୍ବ ସମେତ ଭାରତରେ ବଡ଼ଦିନ ପାଳନ କରାଯାଉଛି। କିନ୍ତୁ ଦୁଃଖର ବିଷୟରେ ଓମିକ୍ରନ ସଂକ୍ରମଣ ଯୋଗୁଁ ବିଶ୍ବ ସଂକଟ ପରିସ୍ଥିତି ଦେଇ ଗତି କରୁଥିବାରୁ କଟକଣା ମଧ୍ୟରେ ପର୍ବ ପାଳନ କରାଯାଉଛି।  

Leave A Reply

Your email address will not be published.