ଘର ମାଲିକଙ୍କୁ ଫସାଇଲେ; ପୁଣି ଦାବି କଲେ ୧୫ ଲକ୍ଷ, ୩ ମହିଳା ସମେତ ୪ ଗିରଫ

ଜୟପୁର, ଡିସେମ୍ବର ୨୫ : ରାଜସ୍ଥାନର ଦୌସାରେ ପୋଲିସ ଏଭଳି ଜଣେ ମହିଳାକୁ ଗିରଫ କରିଛି, ଯିଏ କି ଲୋକଙ୍କୁ ପ୍ରେମଜାଲରେ ଫସାଉଥିଲା। ପୁଣି ଶାରୀରିକ ସଂପର୍କ ରଖି ତାକୁ ବ୍ଲାକମେଲିଂ କରୁଥିଲା। ଯିଏ ଟଙ୍କା ଦେଉ ନଥିଲା, ଦୁଷ୍କର୍ମ ଅଭିଯୋଗ ଆଣିବାକୁ ଧମକ ଦେଉଥିଲା। ଦୌସା ଏସଏଚଓ ଲାଲ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁପ୍ତେଶ୍ବର ରୋଡ ଅଂଚଳରେ ରହୁଥିବା ସୌନୀ ନିମାସୀ ରାମପୁରୀ କଲୋନିଙ୍କ ସହିତ ହନିଟ୍ରାପ୍‌ ଘଟଣା ହୋଇଛି।  ପୀଡିତ ବିଲ୍ଲୁ ସୌନୀ ନାମରେ ଜଣେ ବ୍ୟକ୍ତିଙ୍କ ଘରେ ଭଡା ସୂତ୍ରରେ ରାୟପୁରା ବ୍ରାହ୍ମଣ ନିବାସୀ ମମତା ସୌନୀ ନାମରେ ଜଣେ ମହିଳା ରୁହନ୍ତି। ଅଭିଯୁକ୍ତ ମମତା ନିଜର ପରିଚିତ ମହିଳା ଗୁର୍ଜରବୈରାଡ ନିବାସ ରସାଲ ଏବଂ ରାମଗଢ଼ ନିବାସୀ ମୀରା ନାମରେ ମହିଳାଙ୍କୁ ଡାକିଥିଲା। ତାଙ୍କ ସାଥୀରେ ସଂୱାସ ଗାଁର ନିବାସୀ ରାମଅବତାର ଗୁର୍ଜର ମଧ୍ୟ ଆସିଥିଲା। ଅଭିଯୋଗ ଯେ, ମମତା ସୈନୀ ନିଜର ଘର ମାଲିକ ବିଲ୍ଲୁ ସୈନୀଙ୍କ ରସାଲ ନାମରେ ମହିଳା ସହିତ ବନ୍ଧୁତା କରାଇଥିଲା, ଯିଏକି ବିଲ୍ଲୁ ସୈନୀଙ୍କୁ ପ୍ରେମଜାଲରେ ଫସାଇଥିଲା ଏବଂ ରସାଲ ନାମକ ମହିଳା ସହିତ ବେଆଇନ ସଂପର୍କ ସ୍ଥାପନ ରଖିଥିଲା।  ଏହା ପରେ ରସାଲ, ମୀରା, ମମତା ଓ ରାମପ୍ରସାଦ ଘର ମାଲିକ ବିଲ୍ଲୁ ସୈନୀଙ୍କୁ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଦୁଷ୍କର୍ମ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ। ଏଥିରେୁ ବିଲ୍ଲୁ ଡରିଯାଇଥିଲେ। ୪ ଜଣ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ବାକି ସାଢ଼େ ୧୪ ଲକ୍ଷଟଙ୍କା ପରେ ଦେବାକୁ କହିଥିଲେ। ସେ ଟଙ୍କା ପାଇଲେ ନାହିଁ ଏବଂ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାରରେ ୩ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.