କରୋନା: ଆମେରିକାରେ ପୁଣି ୧.୮୫ ଲକ୍ଷ ପଜିଟିଭ୍‌

ୱାଶିଂଟନ୍‌, ଡିସେମ୍ବର ୨୫ : କରୋନା ଭାଇରସ୍‌ ମହାମାରୀରୁ ଉଭୟ ଆମେରିକା ଓ ବ୍ରିଟେନ୍‌ବାସୀଙ୍କୁ ତ୍ରାହି ମିଳୁନାହିଁ। ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି କରୋନାରେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ୧ ଲକ୍ଷ ୮୫ ହଜାର ୨୩୦ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ମାତ୍ର ୨୬ ହଜାର ୧୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୭୦୭ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ୍‌ରେ ଗୋଟିଏ ଦିନରେ ୧ ଲକ୍ଷ ୨୨ ହଜାର ୧୮୬ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ଏଯାଏଁ ୫ କୋଟି ୨୯ ଲକ୍ଷ ୭୩ ହଜାର ୬୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୯ ଲକ୍ଷ ୯୧ ହଜାର ୯୫ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୩୭ ହଜାର ୬୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୧୧ ଲକ୍ଷ ୪୪ ହଜାର ୯୫୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୬ ହଜାର ୨୦୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୨ ହଜାର ୧୮୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଫ୍ରାନ୍ସରେ ଏପର୍ଯ୍ୟନ୍ତ ୮୯ ଲକ୍ଷ ୮୩ ହଜାର ୭୬୦ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏଥିରୁ ନୂଆ ଆକ୍ରାନ୍ତ ହେଉଛନ୍ତି ୯୪ ହଜାର ୧୨୪ ଜଣ। 

Leave A Reply

Your email address will not be published.