ଜୈସଲମେରରେ ଭାରତ-ପାକ୍‌ ସୀମା ନିକଟରେ ବାୟୁସେନାର MiG21 ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍‌ ମୃତ

ଜୟପୁର, ଡିସେମ୍ବର ୨୫ : ରାଜସ୍ଥାନର ଜୈସଲମେରରେ ଭାରତ-ପାକିସ୍ତାନ ସୀମା ନିକଟରେ ବାୟୁସେନାର ବିମାନ MiG21 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ସୁଦାଶିରି ଗାଁରେ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ବିମାନ ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଛି। ମୃତ ପାଇଲଟ ହେଲେ ୱିଙ୍ଗ୍‌ କମାଣ୍ଡର ହର୍ଷିତ ସିହ୍ନା। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପ୍ରଶାସନ ପହଞ୍ଚିଛି। ତେବେ ଏବେ ତଦନ୍ତ ସମୟରେ ଯେ, ବାୟୁସେନାର MiG21 ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବାର କାରଣ କ’ଣ ହୋଇପାରେ। ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କିଛି କାରଣ ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି। ବାୟୁସେନା ଦ୍ବାରା ଏହାର ତଦନ୍ତ ହେବ। ଏପର୍ଯ୍ୟନ୍ତ କେବଳ ଜଣାପଡ଼ିଛି ଯେ ବିମାନଟି ଭାରତ-ପାକିସ୍ତାନ ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ କି ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ବାୟୁସେନା ଟୁଇଟ କରି ୱିଙ୍ଗ୍‌ କମାଣ୍ଡରଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ସୂଚନାଯୋଗ୍ୟ, ଚଳିତ ମାସ ୮ ତାରିଖରେ ତାମିଲନାଡୁର କନ୍ନୁର ଠାରେ ସବୁଠାରୁ ବଡ଼ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ, ତାଙ୍କର ସ୍ତ୍ରୀଙ୍କ ସମେତ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। 

Leave A Reply

Your email address will not be published.