ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ କୋଟି ଟପିଲା

ନୂଆଦିଲ୍ଲୀ, ଜାନୁଆରୀ ୦୩ : ବିଶ୍ବବ୍ୟାପୀ କରୋନା ଭାଇରସ ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ କୋଟି ଟପିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୧୭ ହଜାର ୮୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮୯୫ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୯ କୋଟି ୫ ଲକ୍ଷ ୮୩ ହଜାର ୭୩୮  ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୬୦ ହଜାର ୧୬୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୪୫ ଲକ୍ଷ ୩ ହଜାର ୭୨୬ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୩ କୋଟି ୬୧ ଲକ୍ଷ  ୮୯ ହଜାର ୮୪୭ ହଜାର ୩୫୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୯ ହଜାର ୯୬୯ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.