ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପତ୍ନୀଙ୍କୁ ଆକ୍ରମଣ

ଇସଲାମାବାଦ୍‌, ଜାନୁଆରୀ ୦୪ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପୂର୍ବତନ ପତ୍ନୀ ରେହମ୍‌ ଖାନ୍‌ଙ୍କ ଉପରେ ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ବେଳେ ରେହମ୍‌ଙ୍କୁ ଇସଲାମାବାଦ୍‌ରେ ଗୁଳିମାଡ଼ ହୋଇଛି। କିନ୍ତୁ ଏହି ଗୁଳିମାଡ଼ ଘଟଣାରୁ ସେ ବର୍ତ୍ତି ଯାଇଛନ୍ତି। ସୋମବାର ରେହମ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହା ପରେ ୟୁଜର୍ସ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ଲୋକେ ଇମ୍ରାନ୍‌ ଖାନ୍‌ଙ୍କୁ ପଚାରିଛନ୍ତି, ଏହା କ’ଣ ନୂଆ ପାକିସ୍ତାନ? ଆକ୍ରମଣ ନେଇ ରେହମ୍‌ କହିଛନ୍ତି, ମୁଁ ନିଜର ପୁତୁରାର ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିଲି। ସେହି ସମୟରେ ବାଇକରେ ୨ ଜଣ ଯୁବକ ଆସି ମୋର ଗାଡ଼ି ଉପରେ ଆକ୍ରମଣ କରିଥିଲେ। ପରେ ବନ୍ଧୁକ ମୁନରେ କାର୍‌କୁ ଅଟକାଇଥିଲେ। ପରେ ମୁଁ ଅନ୍ୟ ଗାଡ଼ିରେ ଘରକୁ ଫେରିଥିଲି। ରେହମ୍‌ ଖାନ ଅନେକ ଥର ଟୁଇଟ୍‌ କରି ଇମ୍ରାନ୍‌ ଖାନଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରତ୍ୟେକ ଟୁଇଟ୍‌ରେ କୁହନ୍ତି ଜଣେ ସାଧାରଣ ନାଗରିକଙ୍କ ଭଳି ମୁଁ ବଞ୍ଚିବାକୁ ଚାହୁଁଛି। ମୋ ଉପରେ ଆକ୍ରମଣ ହେଲେ ବି ମୁଁ ଭୟ କରୁନାହିଁ। ଦେଶରେ ଆଇନକାନୁନ ଦୁର୍ବଳ ହୋଇଯାଇଛି। ଫଳରେ ରାଜରାସ୍ତାରେ ଚୋରୀ, ଡକାୟତ, ଦୁର୍ବୃତ୍ତଙ୍କ ଗତିବିଧି ବଢ଼ିବାରେ ଳାଗିଛି।

Leave A Reply

Your email address will not be published.