ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ଜାନୁଆରୀ ୦୬ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ଲକ୍ଷେ ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ୯୦ ହଜାର ୯୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୩୨୫ ଜମଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୮୭୬ ରହିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୦୧ ରହିଛି ।  ସେହିପରି ଗତକାଲି ତୁଳନାରେ ଦେଶରେ ସଂକ୍ରମଣ ସଂଖ୍ୟା ଆଜି ୫୬.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଏବେ ସୁଦ୍ଧା ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ୩୪୩୪୧୦୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଅନ୍ୟପଟେ ଦେଶରେ ୨୬୩୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ୨୪ ଘଣ୍ଟାରେ ୪୯୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୯୫ ଜଣ ମଧ୍ୟ ଓମିକ୍ରନରୁ ସୁସ୍ଥ ହେଲେଣି ।

Leave A Reply

Your email address will not be published.