ଭୁବନେଶ୍ୱରରେ ଆଉ ୪ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର, ଜାନୁଆରୀ ୦୬ : ରାଜ୍ୟରେ ବଢୁଛି ସଂକ୍ରମଣ । ରାଜଧାନୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କଟକଣା ବଢିବାରେ ଲାଗିଛି । ଭୁବନେଶ୍ୱରର ଆଉ ୪ଟି ଅଞ୍ଚଳକୁ ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।  ବିଏମସି ଅଧିନରେ ଥିବା ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଆଉ ୨ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।  ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ବିଏମସିର ଏହି ନିଷ୍ପତ୍ତି । ସେହିପରି ଗତକାଲି ଭୁବନେଶ୍ୱରରେ ୧୦ଟି କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିଲା । ଏହାକୁ ମିଶାଇଲେ ବିଏମସିରେ ମୋଟ୍ ୧୪ଟି କଣ୍ଟେନମେଣ୍ଟ ଜୋନ୍ ରହିଛି ।  ସେହିପରି ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି ଭୁବନେଶ୍ୱରରୁ ଅଧିକାଂଶ ସଂକ୍ରମିତ ରହିଛନ୍ତି ।  ସେଥିପାଇଁ ଯେଉଁ ଅଞ୍ଚଳରେ ଏକାଧିକ କରୋନା ସଂକ୍ରମିତ ହେଉଛନ୍ତି ସେହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି ।

Leave A Reply

Your email address will not be published.