ଦେଶରେ କରୋନାର ୩ୟ ଲହର ଜାରି, କ୍ରମାଗତ ୫ମ ଦିନରେ ମୁମ୍ବାଇରେ ସଂକ୍ରମଣ ହ୍ରାସ

fulbani poura parisada

ମୁମ୍ବାଇ, ଜାନୁଆରୀ ୧୨ : କରୋନା ଭାଇରସ ଦେଶରେ ଲଗାତାର ଭାବେ ବଢ଼ିଚାଲିଛି। ମହାରାଷ୍ଟ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। କିନ୍ତୁ ମୁମ୍ବାଇରେ ମଙ୍ଗଳବାର ବିଗତ ଦିନ ତୁଳନାରେ ସଂକ୍ରମଣ ହ୍ରାସ ପାଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୬୪୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଟେଷ୍ଟ ପଜିଟିଭିଟି ଦର ହ୍ରାସ ପାଇଁ ୧୯ ପ୍ରତିଶତ ହୋଇଛି। ଏହା ପୂର୍ବରୁ ଏହା ୨୩ ପ୍ରତିଶତ ଥିଲା।  ସୋମବାର ମୁମ୍ବାଇରେ ୧୩ ହଜାର ୬୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ବ୍ୟତୀତ ସେହିଦିନ କରୋନାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର ୧୯ ହଜାର ୪୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଶନିବାର ୨୦ ହଜାର ୩୧୮ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଦିନ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ୯୭୧ ଥିଲା। ସୂଚନାଯୋଗ୍ୟ, ମୁମ୍ବାଇରେ ନୂଆବର୍ଷ ଦିନ ୬୩୪୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

057 code kasam
Leave A Reply

Your email address will not be published.