୨୪ ଘଣ୍ଟାରେ କରୋନା: ଆମେରିକାରେ ୬.୨୮, ଫ୍ରାନ୍ସରେ ୩.୬୮ ଲକ୍ଷ ନୂଆ କରୋନା ପଜିଟିଭ୍‌

fulbani poura parisada

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୧୨ : କରୋନା ଭାଇରସ୍‌ ପୁଣି ଏକ ନୂଆ ରେକର୍ଡ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୬ ଲକ୍ଷ ୨୮ ହଜାର ୮୪୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୧୬ ହଜାର ୪୮୫ ଜଣ ସୁସ୍ଥ ହୋଇଥିଲା ବେଳେ ୨୧୦୭ ଜଣଙ୍କର ମୃତ୍ୟୁ ହୋଇଛି।   ଆମେରିକାରେ ଏଯାଏଁ ୬ କୋଟି ୩୩ ଲକ୍ଷ ୧୨ ହଜାର ୬୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୨୬ ଲକ୍ଷ ୨୧ ହଜାର ୮୫୯ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୬୩ ହଜାର ୭୬୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୯୮ଲକ୍ଷ ୨୭ ହଜାର ୩୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୪ ହଜାର ୨୦୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୦ ହଜାର ୮୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୭ ହଜାର ୬୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୩୭୯ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ ଲକ୍ଷ ୬୮ ହଜାର ୧୪୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୨ ଲକ୍ଷ ୨୦ ହଜାର ୫୩୨ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୩୪ ହଜାର ୪୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

057 code kasam
Leave A Reply

Your email address will not be published.