ଶ୍ରୀଲଙ୍କାରେ ସଂକଟ: କଞ୍ଚାଲଙ୍କା କିଲୋ ୭୦୦ ଟଙ୍କା

fulbani poura parisada

କଲମ୍ବୋ, ଜାନୁଆରୀ ୧୨ : ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏବେ ସଂକଟ ପରିସ୍ଥିତି ଦେଖାଯାଇଛି। ଖାଦ୍ୟ ସାମଗ୍ରୀର ଦର ଅନେକ ଗୁଣ ବଢ଼ିଯାଇଛି। ଖାଇବା-ପିଇବା ଜିନିଷର ଦର ଆକାଶ ଛୁଆଁ ହୋଇଯାଇଥିବାରୁ ସାଧାରଣ ଜନତାଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଲା ଭଳି ପରିସ୍ଥିତି ଉପୁଜିଛି। ଶ୍ରୀଲଙ୍କାର ଆଡଭୋକେଟ୍‌ ଇଷ୍ଟିଚ୍ୟୁଟ୍‌ ଦରବୃଦ୍ଧିକୁ ନେଇ ଏକ ତାଲିକା ଜାରି କରିଛି, ଯେଉଁଥିରେ କି ଖାଦ୍ୟ ସାମଗ୍ରୀର ଦର ଗୋଟିଏ ମାସ ମଧ୍ୟରେ ୧୫ ପ୍ରତିଶତ ବୃଦ୍ଧି ହୋଇଥିବା କୁହାଯାଇଛି। ଏହି ଦରବୃଦ୍ଧିରେ ଅଧିକ ଚିନ୍ତା ବଢ଼ାଇଛି ପନିପରିବା। ଶ୍ରୀଲଙ୍କାରେ ୧୦୦ ଗ୍ରାମ କଞ୍ଚାଲଙ୍କାର ଦର ୨୦୨୧ ଡିସେମ୍ବର ମାସରେ ୧୮ ଟଙ୍କା ଥିଲା। ଏହା ଏବେ ୭୧ ଟଙ୍କା ହୋଇଯାଇଛି। ଅର୍ଥାତ କଞ୍ଚାଲଙ୍କା କିଲୋ ଏବେ ଶ୍ରୀଲଙ୍କାରେ ୭୧୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ମାସ ମଧ୍ୟ କଞ୍ଚାଲଙ୍କା ଦର ବହୁ ଗୁଣ ବଢ଼ିଯାଇଛି। ଆଳୁ କିଲୋ ଏବେ ଶ୍ରୀଲଙ୍କାରେ ୨୦୦ ଟଙ୍କାରେ ବିକ୍ରି ହେଉଛି। ଶ୍ରୀଲଙ୍କାକୁ ଆମଦାନୀ ହୋଇପାରୁ ନଥିବାରୁ ଦୁଗ୍ଧ ପାଉଡର ଦର ମଧ୍ୟ ବହୁ ଗୁଣ ବଢ଼ିଛି। ବିଦେଶରୁ ଆସୁଥିବା ଦୁଗ୍ଧ ପାଉଡର କିଲୋ ୧୩୪୫ ଟଙ୍କାରେ ବିକ୍ରି ହେଉଛି। ବାଇଗଣ କିଲୋ ୫୧ ପ୍ରତିଶତ, ନାଲି ପିଆଜି କିଲୋ ୪୦ ପ୍ରତିଶତ, ବୀନ୍ସ, ବିଲାତି ଦର ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି।

057 code kasam
Leave A Reply

Your email address will not be published.