ଆମେରିକାରେ ୭ ଓ ଫ୍ରାନ୍ସରେ ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୧୩ : ଆମେରିକା ଓ ଫ୍ରାନ୍ସ ପାଇଁ କରୋନା ଅଧିକ ଚିନ୍ତାର କାରଣ ପାଲଟିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଆମେରିକାରେ ୭ ଲକ୍ଷ ୧୫ ହଜାର ୭୧୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧ ଲକ୍ଷ ୧୫ ହଜାର ୨୮୨ ଜଣ ସୁସ୍ଥ ହୋଇଛନ୍ତି। ଏହାରି ମଧ୍ୟରେ ୨ ହଜାର ୯୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଆମେରିକାରେ ୬ ଲକ୍ଷ ୨୮ ହଜାର ୮୪୧ ଜଣ  ପଜିଟିଭ ଚିହ୍ନଟ ହୋଇଥିଲେ। ୧ ଲକ୍ଷ ୧୬ ହଜାର ୪୮୫ ଜଣ ସୁସ୍ଥ ହୋଇଥିଲା ବେଳେ ୨୧୦୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଆମେରିକାରେ ଏଯାଏଁ ୬ କୋଟି ୪୨ ଲକ୍ଷ ୮ ହଜାର ୮୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୨୭ ଲକ୍ଷ ୫୭ ହଜାର ୧୩୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୬୬ ହଜାର ୬୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୨ କୋଟି ୫ ଲକ୍ଷ ୮୫ ହଜାର ୭୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୪ ହଜାର ୭୭୭ ଜଣଙ୍କର ଅବସ୍ଥା ଗୁରୁତର ରହିଛି।   ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୯ ହଜାର ୫୮୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୧ ହଜାର ୯୦୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୩୯୮ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ ଲକ୍ଷ ୬୧ ହଜାର ୭୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୯୬ ହଜାର ୨୨୪ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୩୧ ହଜାର ୮୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.