ଜମ୍ମୁ କଶ୍ମୀର: କୁଲଗାମରେ ବଡ଼ ଏନ୍‌କାଉଣ୍ଟର

ଶ୍ରୀନଗର, ଜାନୁଆରୀ ୧୩ : ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଏକ ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜମ୍ମୁ କଶ୍ମୀରର କୁଲଗାମ୍‌ର ପରିୱାନ ଅଞ୍ଚଳରେ ସଂଘଟିତ ଏହି ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀର ଯବାନମାନେ ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯବାନଙ୍କ ଗୁଳିରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ନିପାତ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସହିଦ ଯବାନ ହେଲେ ସାର୍ଜେଣ୍ଟ ରୋହିତ ଛିବ୍‌। ୩ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷା ବାହିନୀର ଯମାନମାନେ ନିଜର ଅପରେଶନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସୁରକ୍ଷା ବାହିନୀର ଯବାନ ମାନେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ବଡ଼ଗାମର ଜୋଲୱା ତଦୂରା ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ଜୈଶ-ଏ-ମହମ୍ମଦର ୩ ଜଣ ସଦସ୍ୟ ନିପାତ ହୋଇଥିଲେ।

Leave A Reply

Your email address will not be published.