ଦେଶରେ ପ୍ରଥମ ଥର ୨୪ ଘଣ୍ଟାରେ ୨ ଲକ୍ଷରୁ ଊର୍ଦ୍ଧ୍ବ ପଜିଟିଭ୍‌, ସକ୍ରିୟ ଆକ୍ରାନ୍ତ ୧୧ ଲକ୍ଷ ଅତିକ୍ରମ

ନୂଆଦିଲ୍ଲୀ, ଜାନୁଆରୀ ୧୩ : ସମଗ୍ର ବିଶ୍ବ ସହିତ ଭାରତରେ ମଧ୍ୟ କରୋନାର ପ୍ରକୋପ ଜାରି ରହିଛି। କୋଭିଡ-୧୯ର ୩ୟ ଲହର ଯୋଗୁଁ ଦେଶରେ ଗୋଟିଏ ଦିନରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦେଶରେ ବର୍ତ୍ତମାନ ୧୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।  ଦେଶରେ ଗୁରୁବାର ରାତି ୧୨ଟା ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୪୫ ହଜାର ୫୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩୭୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ୮୪ ହଜାର ୪୭୯ ଜଣ ସୁସ୍ଥ ହୋଇଥିଲେ। ଏଥି ସହିତ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯ ହଜାର ୮୦୫ରେ ପହଞ୍ଚିଛି।  ଦେଶରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ଏପର୍ଯ୍ୟନ୍ତ ୩ କୋଟି ୬୩ ଲକ୍ଷ ୧୫ ହଜାର ୯୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩ କୋଟି ୪୭ ଲକ୍ଷ ୬ ହଜାର ୫୩୫ ଜଣ କରୋନାକୁ ପରାସ୍ତ କରିଥିବା ବ‌େଳେ ୪ ଲକ୍ଷ ୮୫ ହଜାର ୩୬ ଜଣଙ୍କର ମୃତ୍ୟୁ ହୋଇଛି।  ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୪୬ ହଜାର ୭୩୨ ଜଣ। ଏହାରି ମଧ୍ୟରେ ମହାରାଷ୍ଟ୍ରରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୬୫୦ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏଥି ସହିତ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୧୨୨ରେ ପହଞ୍ଚିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ୨୭ ହଜାର ୫୬୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଗୋଟିଏ ଦିନରେ ୪୦ ଜଣ ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। 

Leave A Reply

Your email address will not be published.