ଦିଲ୍ଳୀରେ ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍‌

ନୂଆଦିଲ୍ଲୀ, ଜାନୁଆରୀ ୧୫ : ସମଗ୍ର ବିଶ୍ବ ସମେତ ଭାରତରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦିଲ୍ଲୀ, ମୁମ୍ବାଇ ଏବଂ ପଶ୍ଚିମବଙ୍ଗ କୋଭିଡ ସଂକ୍ରମଣର କେନ୍ଦ୍ରସ୍ଥଳୀ ହୋଇଛି। ସେହିପରି ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ସଂକ୍ରମଣ ଚିନ୍ତା ବଢ଼ାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ, କୋଭିଡ ରୋଗୀଙ୍କୁ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଟେଷ୍ଟିଂ କରାଯିବାର ଆବଶ୍ୟକତା ରହିଛି। ଦିଲ୍ଲୀରେ ଶୁକ୍ରବାର ନୂଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ସଂକ୍ରମଣ ଦର ଲଗାତାର ବଢ଼ିବାରେ ଲାଗିଛି। ଶୁକ୍ରବାର ୨୪ ହଜାର ୩୮୩ ଜଣ ସଂକ୍ରମିତ ହୋଇଥିଲେ। ସଂକ୍ରମଣ ଦର ବଢ଼ି ୩୦.୬୪ ପ୍ରତିଶତ ହୋଇଛି। ଗୁରୁବାର ଦିଲ୍ଲୀରେ ୩୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ଦିନ ଗୁରୁବାର ତୁଳନାରେ ୩୪୮୪ ଜଣ କମ ଲୋକ ସଂକ୍ରମିତ ହୋଇଥିଲେ। ତେବେ ରାଷ୍ଟ୍ରୀୟ ରାଜଧାନୀରେ ପ୍ରତି ଜଣଙ୍କ ଟେଷ୍ଟ ରିପୋର୍ଟ ମଧ୍ୟରୁ ଗୋଟିଏ ପଜିଟିଭ ଆସୁଛି। କରୋନା ସଂକ୍ରମଣ ସହରାଞ୍ଚଳ ତୁଳନାରେ ଏବେ ଗ୍ରାମାଞ୍ଚଳରେ ମଧ୍ୟ ବଢ଼ିବାରେ ଲାଗିଛି। ବିଗତ ଏକ ସପ୍ତାହ ମଧ୍ୟରେ କରୋନା ଦ୍ରୁତଗତିରେ ବଢ଼ିଛି। ନୂଆବର୍ଷ ଆରମ୍ଭ ହେବା ଦିନ ଠାରୁ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ କୋଲକାତାରେ କେବଳ ୫୦ ପ୍ରତିଶତ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବଢ଼ିଥିବାରୁ କୋଲକାତା ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗରେ ପୌର ନିର୍ବାଚନ ୪ରୁ ୬ ସପ୍ତାହ ସ୍ଥଗିତ କରିବାକୁ ପରାମର୍ଶ ଦେଇଛନ୍ତି।  

Leave A Reply

Your email address will not be published.