ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ

କୋରାପୁଟ, ଜାନୁଆରୀ : ଓଡ଼ିଶାକୁ କବଳିତ କରି ରଖିଛି ପ୍ରାକୃତିକ ବିପର୍ଯ୍ୟୟ । ବର୍ଷ ୨୦୨୧ ବନ୍ୟା, ବାତ୍ୟା, ଭୁକମ୍ପ, ବଜ୍ରପାତ ଆଦି ଭୀଷଣ ପାଗ ଯୋଗୁ ଦେଶରେ ପ୍ରାୟ ୧୭୫୦ ଜଣଙ୍କ ଜୀବନ ଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହା ପଛକୁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ରହିଛି । ଓଡ଼ିଶାରେ ଗତବର୍ଷ ଭୀଷଣ ପାଗ ଯୋଗୁ ୨୨୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସମଗ୍ର ଦେଶ ମଧ୍ୟରେ ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ୨୧୩ଜଣଙ୍କର ମୃତ୍ୟୁ ଘଟିଥିବା ଭାରତୀୟ ପାଣିପାଗ ବିଭାଗ ରିପୋର୍ଟରେ କୁହାଯାଇଛି । ସେହିଭଳି ଭାରତରେ ଗତ ବର୍ଷ ଘଡ଼ଘଡି଼ରେ ୭୮୭ ଜଣଙ୍କର ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ଗତବର୍ଷ ଝଡ଼ ବାତ୍ୟା ଯୋଗୁଁ ଓଡିଶାରେ କେବଳ ୪ ଜଣଙ୍କର ମୃତ୍ୟୁ ଘଟିଥିଲାଏବଂ ବଜ୍ରପାତରେ ୨୧୩ ଜଣଙ୍କର ମୃତ୍ୟୁ ଘଟିଥିଲା, ଏହି କ୍ଷେତ୍ରରେ ରାଜ୍ୟ ଦେଶରେ ଶୀର୍ଷରେ ରହିଛି। ସେହିଭଳି ଶୀତଳ ତରଙ୍ଗ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୧ ମସିହାରେ ବନ୍ୟା ହେତୁ ରାଜ୍ୟ କୌଣସି ମୃତ୍ୟୁହାର ରିପୋର୍ଟ ହୋଇ ନାହିଁ।

Leave A Reply

Your email address will not be published.