ରାଜସ୍ଥାନ: ସେନା ଦିବସରେ ଲୋଙ୍ଗେୱାଲାରେ ଉଡିବ ଖଦିରୁ ପ୍ରସ୍ତୁତ ବିଶ୍ବର ସବୁଠୁ ବଡ଼ ପତାକା

ଜୟପୁର, ଜାନୁଆରୀ ୧୫ : ସେନା ଦିବସ ଅବସରରେ ଶନିବାର ଖଦିରୁ ତିଆରି ହୋଇଥିବା ଜାତୀୟ ପତାକା ’ତ୍ରିରଙ୍ଗା’ ରାଜସ୍ଥାନ ଜୈସଲମେରରେ ଭାରତ-ପାକିସ୍ତାନ ସୀମାରେ ଉଡିବ। ଏହି ତ୍ରିରଙ୍ଗା ଲୋଙ୍ଗେୱାଲାରେ ପ୍ରଦର୍ଶିତ କରାଯିବ, ଯାହାକି ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ଯୁଦ୍ଧର ମୁଖ୍ୟ କେନ୍ଦ୍ର ଥିଲା।ତ୍ରିରଙ୍ଗାର ଲମ୍ବ ୨୨୫ ଫୁଟ ଓ ପ୍ରସ୍ତ ୧୫୦ ଫୁଟ। ଏହାର ଓଜନ ୧୪୦୦ କିଲୋ। ଏହି ପତାକାକୁ ତିଆରି କରିବାରେ ୭୦ ଜଣ ଶିଳ୍ପୀ ଲାଗିଥିଲେ। ସେମାନଙ୍କୁ କାମ ଶେଷ କରିବା ପାଇଁ ୪୯ ଦିନ ସମୟ ଲାଗିଥିଲା। ସ୍ମାରକ ଧ୍ବଜା ନିର୍ମାଣ କାରଣରୁ ଖଦି କାରିଗର ଓ ଶ୍ରମିକଙ୍କୁ ୩୫୦୦ ଘଣ୍ଟାର ଅତିରିକ୍ତ କାମ ମିଳିଥିଲା। ଏହି ପତାକାରେ ଅଶୋକ ଚ୍ରକର ବ୍ୟାସ ୩୦ ଫୁଟ୍‌। ଗତ ଅକ୍ଟୋବର୨ ତାରିଖରେ ଲେହରେ ତ୍ରିରଙ୍ଗା ଅନାବରଣ କରାଯାଇଥିଲା। ଏହା ପରେ ଖାଦି ଦ୍ବାରା ସର୍ବସାଧାରଣରେ ପ୍ରଦର୍ଶନ କରାଯିବା ପାଇଁ ୫ମ ପତାକା ତିଆରି କରାଯାଇଛି। ଦ୍ବିତୀୟ ତ୍ରିରଙ୍ଗା ୨୦୨୧ ଅକ୍ଟୋବର ୮ରେ ବାୟୁସେନା ଦିବସ ଅବସରରେ ହିଣ୍ଡନ ଏୟାରବେସ ଓ ୨୦୨୧ ଅକ୍ଟୋବର ୨୧ରେ ଲାଲକିଲ୍ଲାରେ ପ୍ରଦର୍ଷିତ କରାଯାଇଥିଲା। ସେହିଦିନ ଭାରତରେ ୧୦୦ କୋଟି ଡୋଜ କରୋନା ଟିକା ପୂରା ହୋଇଥିଲା। ୨୦୨୧ ଡିସେମ୍ବର ୪ ତାରିଖରେ ନୈସେନା ଦିବସରେ ମୁମ୍ବାଇରେ ଗେଟୱେ ଅଫ ଇଣ୍ଡିଆ ନିକଟରେ ଖଦି ଦ୍ବାରା ପ୍ରସ୍ତୁତ ଜାତୀୟ ପତାକା ଉଡାଯାଇଥିଲା।

Leave A Reply

Your email address will not be published.