ଅଲୱର ନାବାଳିକା ଗଣଦୁଷ୍କର୍ମ ମାମଲା: ରାଜସ୍ଥାନ ସରକାର ବିରୋଧରେ ଜାନୁଆରୀ ୧୭-୧୮ରେ ବିରୋଧ ପ୍ରଦର୍ଶନ କରିବ ବିଜେପି

ଜୟପୁର, ଜାନୁଆରୀ ୧୫ : ରାଜସ୍ଥାନର ଅଲୱରରେ ମୁକ-ବଧିର ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଭାରତୀୟ ଜନତା ପାର୍ଟି ଗହଲୋତ ସରକାର ବିରୋଧରେ ଲଗାତାର ସ୍ବର ଉଠାଉଛି। ବିଜେପି ଅଲୱର ପୀଡିତାକୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ବିଜେପି କହିଛି ଆଗାମୀ ୧୭ ଓ ୧୮ ତାରିଖରେ ପୂରା ରାଜସ୍ଥାନରେ ବିରୋଧ ପ୍ରଦର୍ଶନ କରିବ। ସୂଚନାଯୋଗ୍ୟ, ମୁକ-ବଧିର ନାବାଳିକାକୁ ରାଜସ୍ଥାନରେ ଗଣଦୁଷ୍କର୍ମ କରିଛନ୍ତି। ୧୬ ବର୍ଷୀୟ ପୀଡିତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍‌ ଆଠ ଘଣ୍ଟା ଚିକିତ୍ସା ଦେବା ପରେ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ଅଭିଯୁକ୍ତମାନେ ଗଣଦୁଷ୍କର୍ମକାରୀ ମାନେ ପୀଡିତା ଉପରେ ବର୍ବର କାଣ୍ଡ ମଧ୍ୟ କରି ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି। ପୀଡିତାର ବାପା-ମା’ ଦିନ ମଜୁରିଆ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଟୁଇଟ୍‌ କରି କହିଛନ୍ତି ଯେ, ଅଲୱରରେ ନାବାଳିକା ବିରୋଧରେ ହୋଇଥିବା ଘଟଣା ସଂପର୍କିତ ତଦନ୍ତ ଚାଲିଛି। ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି। 

Leave A Reply

Your email address will not be published.