ଆମେରିକାରେ ୬.୯୪, ଫ୍ରାନ୍ସରେ ୩.୨୯ ଲକ୍ଷ ପଜିଟିଭ୍‌

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୧୫ : କରୋନା ଭାଇରସ୍‌ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି। ଆମେରିକାରେ ଗୋଟିଏ ଦିନରେ ୬ ଲକ୍ଷ ୯୪ ହଜାର ୨୭୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୦ ହଜାର ୮୫୦ ଜଣ ସୁସ୍ଥ ହୋଇଥିଲା ବେଳେ ୧୮୮୩ ଜଣଙ୍କର ମୃତ୍ୟୁ ହୋଇଛି।  ଆମେରିକାରେ ଏଯାଏଁ ୬ କୋଟି ୫୯ ଲକ୍ଷ ୬୨ ହଜାର ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୨୯ ଲକ୍ଷ ୭୨ ହଜାର ୩୪୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୭୧ ହଜାର ୨୭୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୨ କୋଟି ୨୧ଲକ୍ଷ ୧୮ ହଜାର ୫୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୫ ହଜାର ୪୮୭ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୯ ହଜାର ୬୫୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୧ ହଜାର ୭୪୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୨୭୦ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ ଲକ୍ଷ ୨୯ ହଜାର ୩୭୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୮୬ ହଜାର ୨୫୩ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୩୯ ହଜାର ୮୫୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  

Leave A Reply

Your email address will not be published.