ବୋରିସ୍‌ ଜନ୍‌ସନ୍‌ ଯଦି ଇସ୍ତଫା ଦିଅନ୍ତି ତା’ହେଲେ ବ୍ରିଟେନ୍‌ର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ବଂଶୋଦ୍ଭବର ଏହି ବ୍ୟକ୍ତି!

ନୂଆଦିଲ୍ଲୀ, ଜାନୁଆରୀ ୧୫ : ବ୍ରିଟେନ୍‌ର ଏକ କଂପାନୀ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଯଦି ଇସ୍ତଫା ଦିଅନ୍ତି, ତା’ହେଲେ ତାଙ୍କ ସ୍ଥାନ ନେଇପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବର ଜଣେ ବ୍ୟକ୍ତି। କଂପାନୀ ପକ୍ଷରୁ କୁହାଯାଇଛି ଯେ, ଋଷି ସୁନକ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ସୂଚନାଯୋଗ୍ୟ ଋଷି ସୁନକ ହେଉଛନ୍ତି ବୋରିସ୍‌ ଜନ୍‌ସନ୍‌ଙ୍କ ସରକାରରେ ଅର୍ଥମନ୍ତ୍ରୀ। ବ୍ରିଟେନ୍‌ର ଜଣାଶୁଣା କଂପାନୀ ‘ବେଟଫେୟାର’ କହିଛି ଯେ, କୋଭିଡ ମହାମାରୀ ସମୟରେ ମଦ ପାର୍ଟିକୁ ନେଇ ୫୭ ବର୍ଷୀୟ ପ୍ରଧାନମନ୍ତ୍ରୀଙ୍କ ଉପରେ ଇସ୍ତଫାର ଚାପ ବଢ଼ିଛି। ଏହି ଦାବି କେବଳ ବିରୋଧୀ ଦଳ ପକ୍ଷରୁ ନୁହେଁ, ବରଂ ବୋରିସ ଜନ୍‌ସନ୍‌ଙ୍କ ନିଜର କଞ୍ଜରଭେଟିଭ୍‌ ପାର୍ଟି ପକ୍ଷରୁ ମଧ୍ୟ କୁହାଯାଇଛି। ବେଟଫେରୟର ସାମ୍‌ ରୋସବଟମ୍‌ ‘ୱେଲ୍ସ ଅନ୍‌ଲାଇନ୍‌’ରେ କହିଛନ୍ତି, ପ୍ରଧାନମନ୍ତ୍ରୀ ବୋରସି୍‌ ଜନସନ୍‌ ଯଦି ଇସ୍ତଫା ଦିଅନ୍ତି, ତା’ହେଲେ ଏହି ପଦ ପାଇଁ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ଋଷି ସୁନକ୍‌। ଏହା ପରେ ବିଦେଶ ସଚିବ ଲିଜ ଟ୍ରସ, କ୍ୟାବିନେଟ ମନ୍ନୀ ମାଇକେଲ ଗୋଭ। ଭାରତୀୟ ମୂଳ ବାସିନ୍ଦା ପ୍ରୀତି ପଟେଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଦୌଡ ତାଲିକାରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରୀତି ପଟେଲ ବର୍ତ୍ତମାନ ବ୍ରିଟେନ୍‌ର ଗୃହ ସଚିବ ପଦରେ ଅବସ୍ଥାପିତ ଅଛନ୍ତି। 

Leave A Reply

Your email address will not be published.