ବିଶ୍ବବ୍ୟାପୀ ଦିନକରେ ୩୦ ଲକ୍ଷ ପଜିଟିଭ୍‌, ୭,୩୪୭ ମୃତ

ନୂଆଦିଲ୍ଲୀ, ଜାନୁଆରୀ ୧୫ : କରୋନା ସଂକ୍ରମଣ ଅଧିକ ଉଗ୍ରରୂପ ନେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୦ ଲକ୍ଷ ୩୯ ହଜାର ୮୧୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୧ ଲକ୍ଷ ୨୪ ହଜାର ୭୪୬ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୩୪୭ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ  ୩୨ କୋଟି ୩୮ ଲକ୍ଷ ୩୪ ହଜାର ୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୫୨ ଲକ୍ଷ ୩୯ ହଜାର ୩୬୧ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୪୬ ହଜାର ୪୭୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୩୦ ଲକ୍ଷ ୪୮ ହଜାର ୪୨୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୧୦୦ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.