ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ବିଏସ୍‌ପି ନେତା

ନୂଆଦିଲ୍ଲୀ, ଜାନୁଆରୀ ୧୪ : ଦେଶରେ ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥି ତାଲିକା ଘୋଷଣା କରିବା ଆରମ୍ଭ କରିବା ଆରମ୍ଭ କରିଛନ୍ତି । ତେବେ ଏହି ୫ଟି ରାଜ୍ୟର ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନ ବେଶ୍ ଗୁରୁତ୍ୱପୁର୍ଣ୍ଣ ଅଟେ । ଉତ୍ତରପ୍ରଦେଶର ବିଭିନ୍ନ ରାଜନେତା ଏବେ ଟିକାଟ୍ ଆଶାରେ ଲକ୍ଷଲକ୍ଷ ଟଙ୍କା ଦେବାକୁ ପଛାଉ ନଥିବା ଖବର ଆସୁଥିବା ବେଳେ ନିର୍ବାଚନ ସମୟରେ ଟିକେଟ୍ ବିକ୍ରି ଏକ ବଡ ପ୍ରସଙ୍ଗ ଭାବରେ ଉଭା ହୋଇଛି । ମୁଜାଫରନଗର ଜିଲ୍ଲାରୁ ଆସୁଛି, ଯାହା ଶୁଣିବା ପରେ ରାଜନେତିକ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବିଏସପି ରାଜନେତା ଅର୍ଶଦ ରାଣା ଟିକେଟ୍ ନ ପାଇବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି । ସୂଚନା ମୁତାବକ ଅର୍ଶଦ ରାଣା ପୋଲିସ ଷ୍ଟେସନରେ ନେତା ଶ୍ୟାମସୁଦ୍ଦିନ ରେନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ସମୟରେ ବିଏସପି ନେତା ଅର୍ଶଦ ରାଣା ପୋଲିସ ଷ୍ଟେସନରେ ଇନ୍ସପେକ୍ଟରଙ୍କ ସାମ୍ନାରେ କାନ୍ଦୁଥିଲେ। ଯଦି ନ୍ୟାୟ ପ୍ରଦାନ ନହୁଏ ତେବେ ମୁଁ ଆତ୍ମହତ୍ୟା କରିବି ବୋଲି ବିଏସପି ନେତା ଅର୍ଶଦ ରାଣା ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.