କେବେ ପୂରଣ ହେବ କନ୍ଧମାଳରେ ପିଇଓ ଓଜିପିଇଓ ପଦବୀ ??

ଫୁଲବାଣୀ : – ଆଗକୁ ପଞ୍ଚାୟତ ନିର୍ବାଚନ । ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଲାଣି। ଏଣେ ଜିଲ୍ଲାରେ ୧୭୧ ପଞ୍ଚାୟତ ମଧ୍ୟରୁ କେତେକ ସ୍ଥାନରେ ପିଇଓ ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ପଦବୀ ଖାଲି ପଡିଛି । କେତେକ ସ୍ଥାନରେ ଜଣେ ପିଇଓ ୨/୩ ପଞ୍ଚାୟତ ଦାୟୀତ୍ଵରେ ଥିବାବେଳେ ବ୍ଳକରେ ମଧ୍ୟ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ଖାଲି ପଡିଛି । ସରକାର ଗ୍ରାମ।ଞ୍ଚଳର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି। କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନରେ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ପ୍ରତିବର୍ଷ ଯୋଗାଇଦେଉଛନ୍ତି | ହେଲେ ପଞ୍ଚାୟତରେ ୪୦ରୁ ଉର୍ଦ୍ଧ ଜିଆରଏସ ପଦବୀ ଓ ୩୦ରୁ ଉର୍ଦ୍ଧ ପିଇଓ ପଦବୀ ଖାଲି ପଡିଛି, ସେହିପରି ୧୨ଟି ବ୍ଳକରେ ୧୨ଟିଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ମଧ୍ୟରୁ ଛଟି ବ୍ଳକରେ ଖାଲି ପଡିଛି। ସେଗୁଡିକ ହେଲା କନୂଆଗାଁ, ବାଲିଗୁଡ଼ା, କୋଟଗଡ, ଜି ଉଦୟଗିରି, ଚକାପାଦ , ଖଜୁରୀପଡା,I ଫଳରେ ପ ଞ୍ଚାୟତ ଗୁଡ଼ିକୁ ଆସୁଥିବା ଅର୍ଥ ଅନୁଦ।ନ ଠିକ ଭାବରେ ଖର୍ଚ ହୋଇ ପାରୁନି। ବରୀଷ୍ଠ ପିଇ ଓଙ୍କୁ ଜିପିଇ ଓ ଦାୟୀତ୍ଵ ଦିଆଯାଇଛି ।ଫଳରେସିଂହଭାଗ ଅର୍ଥ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ହେଉଛି।ଏମିତି ସ୍ଥିତିରେ କାମ କିପରି ହେଉଥିବ ତାହା ଜଣାପଡୁଛି। ଏପଟେ ପିସି କାରବାରରେ ମଧ୍ୟ ତଳୁ ଉପର ଯାଏ ସମସ୍ତେ ବ୍ୟସ୍ତ।ପ୍ରଶାସନ ଏ ସବୁ ଜାଣି ମଧ୍ୟ ଯନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ।ନୁଷ୍ଠାନ ଗ୍ରହଣ ନ କରିବା ବିସ୍ମୟ ସୃଷ୍ଟି କରିଛି।ତେବେ ବର୍ତମାନ କିଛି ଦିନ ହେଲା ଜିଲା ପଞ୍ଚାୟତ ଅଧିକ।ରିଭାବେ ଯୋଗଦେଇଥିବା ରତିକାନ୍ତ ଆଚାର୍ଯ୍ୟ ଜଣେ ଦକ୍ଷ ଅଧିକାରୀ ହୋଇଥିବା ଫଳରେ ଆଗାମୀ ତ୍ରୀସ୍ତରୀୟଞ୍ଚାୟତ ନିର୍ବାଚନ ଯେପରି ଅବାଧ ,ମୁକ୍ତ ସ୍ୱଛ.ନିରପେକ୍ଷ ହେବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିବା ଜଣାପଡିଛି ।ସେହିପରି ପଞ୍ଚାୟତ ଗୁଡିକୁ ଆସୁଥିବା କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନ ରଯେପରି ସଦବିନି ଯୋଗ ହେବ ସେଥିପ୍ରତି ମଧ୍ୟ ଜିଲ୍ଲା ପଞ୍ଚାୟତ ଅଧିକାରୀ ଆଚାର୍ଯ୍ୟ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.