ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର, ଜାନୁଆରୀ ୧୭ : ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୦ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୮୨ ଜଣ କ୍ୱାରେଣ୍‌ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୮୨ ଜଣ ଜଣ ରହିଛନ୍ତି । ଅନୁଗୁଳରୁ ୧୫୮, ବାଲେଶ୍ୱରରୁ ୪୩୩, ବରଗଡରୁ ୧୬୬, ଭଦ୍ରକରୁ ୧୧୮, ବଲାଙ୍ଗୀରରୁ ୨୩୮, ବୌଦ୍ଧରୁ ୮୫, କଟକରୁ ୭୮୬, ଦେଓଗଡରୁ ୪୪, ଢେଙ୍କାନାଳରୁ ୭୦, ଗଜପତିରୁ ୧୦୯, ଗଞ୍ଜାମରୁ ୯୨, ଜଗତସିଂହପୁରରୁ ୨୦୭, ଯାଜପୁରରୁ ୧୯୫, ଝାରସୁଗୁଡାରୁ ୨୨୫, କଳାହାଣ୍ଡିରୁ ୧୬୩, କଳାହାଣ୍ଡିରୁ ୧୬୩, କନ୍ଧମାଳରୁ ୫୬, କେନ୍ଦ୍ରାପଡାରୁ ୯୦, କେନ୍ଦୁଝରରୁ ୧୦୫, ଖୋର୍ଦ୍ଧା ୨୯୩୪, କୋରାପୁଟରୁ ୧୬୨, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୩୮୩, ନବରଙ୍ଗପୁରରୁ ୧୫୯, ନୟାଗଡରୁ ୧୯୩, ନୂଆପଡାରୁ ୧୦୮, ପୁରୀରୁ ୧୯୮, ରାୟଗଡାରୁ ୨୫୩, ସମ୍ବଲପୁରରୁ ୩୮୭, ସୋନପୁରରୁ ୧୬୩, ସୁନ୍ଦରଗଡରୁ ୧୪୪୭ ଓ ଷ୍ଟେଟ ପୁଲରୁ ୭୦୭ ଜଣ ରହିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୪୪୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୫୭୯୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୬୦୦୬୭ଜଣ ସୁସ୍ଥ ହୋଇଛନ୍ତି । 

Leave A Reply

Your email address will not be published.