ଲିମ୍ପିଆଧୁରା-ଲିପୁଲେଖ ଆମର ଅଭିନ୍ନ ଅଙ୍ଗ, ନିର୍ମାଣ କାମ ବନ୍ଦ କରୁ ଭାରତ: ନେପାଳ ମନ୍ତ୍ରୀ

କାଠମାଣ୍ଡୁ, ଜାନୁଆରୀ ୧୭ : ନେପାଳ ସରକାର ରବିବାର ପୁଣି ଥରେ ଦାବି କରିଛି ଯେ, ଲିମ୍ପିୟାଧୁରା, ଲିପୁଲେଖ ଓ କଳାପାଣୀ ତା’ର ଅଭିନ୍ନ ଅଙ୍ଗ। ନେପାଳ ରବିବାର କହିଛି, ଭାରତ ଏହି କ୍ଷେତ୍ରରେ ସମସ୍ତ ନିର୍ମାଣ କାମ ବନ୍ଦ କରୁ। ମାତ୍ର ନେପାଳ କିନ୍ତୁ କହିଛି ଯେ, କୁଟନୀତିଜ୍ଞ ସ୍ତରରେ ଆଲୋଚନା କରି ସୀମା ବିବାଦ ମାମଲାର ସମାଧାନ ହେବା ଦରକାର। ନେପାଳର ଏହି ପ୍ରତିକ୍ରିୟା ଭାରତୀୟ ଦୂତାବାସର ବୟାନ ପରେ ଆସିଛି, ଯେଉଁଥିରେ କି କୁହାଯାଇଥିଲା ଯେ, ନେପାଳ ସହିତ ନିଜର ସୀମା ଉପରେ ଭାରତର ସ୍ଥିତି ସ୍ପଷ୍ଟ। ଏହାର ସୂଚନା ନେପାଳ ସରକାରଙ୍କୁ ଦିଆଯାଇଛି। ବୟାନରେ କୁହାଯାଇଛି ଯେ, ପାରସ୍ପରିକ ରୂପରେ ସହମତ ସୀମା ପ୍ରସଙ୍ଗ ଯାହାକି ବାକି ଅଛି, ଏହାକୁ ସବୁବେଳେ ଘନିଷ୍ଠ ଓ ମୈତ୍ରୀପୂର୍ଣ୍ଣ ଦ୍ବିପାକ୍ଷିକ  ସଂପର୍କ ମାଧ୍ୟମରେ ସମାଧାନ ହୋଇପାରିବ। ନେପାଳର ଆଇଟି ମନ୍ତ୍ରୀ ଜ୍ଞାନେନ୍ଦ୍ର ବାହାଦୂର କାର୍କି, ଯିଏକି ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ସରକାର ଏହି ତଥ୍ୟ ସଂପର୍କରେ ଦୃଢ଼ ଓ ସ୍ପଷ୍ଟ ଯେ, ମହାକାଳୀ ନଦୀର ପୂର୍ବରୁ ଲିପୁଲେଖ, ଲିମ୍ପିୟାଧୁରା ଓ କଳାପାଣୀ କ୍ଷେତ୍ର ନେପାଳ ଅଭିନ୍ନ ଅଙ୍ଗ।

Leave A Reply

Your email address will not be published.