ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର, ଜାନୁଆରୀ ୧୭ : ରାଜ୍ୟରେ ଲାଗି ରହିଛି ଶୀତର ଲହରୀ । ରାଜ୍ୟର ରାତି ତାପମାତ୍ରା ଆସନ୍ତା ତିନି ଦିନ ଯାଏ କମିବ । ୩ରୁ ୪ ଡିଗ୍ରୀ ଯାଏ ରାତି ତାପମାତ୍ରା କମିପାରେ । ଏହାର ପ୍ରଭାବରେ ଶୀତ ଆହୁରୀ ବଢିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ପାଣିପାଗ ବିଶେଷଜ୍ଞ ପ୍ର୍ରଫେସର ସୁରେନ୍ଦ୍ରନାଥ ପଶିପାଳକ ଆକଳନ କରିଛନ୍ତି ଯେ, ଆଗାମୀ ଦିନ ଦିନ ଯାଏ କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ କମିବ । ପରେ ଏହା କ୍ରମଶଃ ବୃଦ୍ଧି ପାଇବ ଏବଂ ଶୀତ କମିବ । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡିଶାରେ ୨୦ ସୁଦ୍ଧା ତାପମାତ୍ରା ଅପରିବର୍ତ୍ତିତ ରହିବ । ପରେ ତିନି ଦିନ ପ୍ରାୟ ରାତି ତାପମାତ୍ରା ବଢିବ ବୋଲି ସେ କହିଛନ୍ତି । ଉପକୂଳ ଓଡିଶାରେ ବି ସୋମବାର ଠାରୁ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ବଢିବ । ଏହାସହିତ ଦକ୍ଷିଣ ଓଡିଶା ଓ ଅନ୍ୟ ସ୍ଥାନରେ ବି ତାପମାତ୍ରା ବୃଦ୍ଧି ପାଇବ । ୨୦ ତାରିଖ ସୁଦ୍ଧା ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ହେବ । ରାଜ୍ୟରେ ସୋମବାର ଠାରୁ ଘନ କୁହୁଡି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । 

Leave A Reply

Your email address will not be published.