ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ୭ ଜଣିଆ କମିଟି ଘୋଷଣା କଲା ବିଜେପି

ଭୁବନେଶ୍ୱର, ଜାନୁଆରୀ 17: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଘୋଷଣା କରିଛନ୍ତି ।ତେବେ ଏହି ସାତ ଜଣିଆ କମିଟିରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ବିଜେପି ପଞ୍ଚାୟତରାଜ ବିଭାଗ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡ଼ା ସଦସ୍ୟ ଅଛନ୍ତି । କୋଭିଡ୍ ସମୟରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଯାହାର ପରିଚାଳନା ସ୍ବତନ୍ତ୍ର ଚ୍ୟାଲେଞ୍ଜ ବୋଲି କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ଆଜି ରାଜ୍ୟ ନିର୍ବାଚନ କମିସନରଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକ ଶେଷ ହେବା ପରେ ଡିଜିପି ଶ୍ରୀ ବଂଶଲ ଗଣମାଧ୍ୟମକୁ କହିଛନ୍ତି ଯେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.