ଆହୁରି ବଢ଼ିବ କରୋନା ସଂକଟ

ନୂଆଦିଲ୍ଲୀ, ଜାନୁଆରୀ ୧୭ : ପ୍ରଥମେ କରୋନା, ପରେ ଡେଲଟା, ଏବେ ଓମିକ୍ରନ୍‌। କରୋନା ମହାମାରୀର ଭିନ୍ନ ଭିନ୍ନ ପ୍ରକାରର ଭାରିଆଣ୍ଟ ପୂରା ବିଶ୍ବବାସୀଙ୍କର ନିଦ ହଜାଇଦେଇଛି। ଏବେ ଏହି ଭାଇରସ୍‌ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କରୋନା ଭାଇରସ୍‌କୁ ନେଇ ଦୈନିକ ନୂଆ ଅଧ୍ୟୟନ ସାମ୍ନାକୁ ଆସୁଛି। ଏବେ ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ, ଓମିକ୍ରନ୍‌ କରୋନାର ଶେଷ ଭାରିଆଣ୍ଟ ନୁହେଁ। ଅର୍ଥାତ ଆଗାମୀ ଦିନରେ କରୋନା ପୁଣି ଅନ୍ୟ ଭାରିଆଣ୍ଟ ଭାବରେ ଆସିପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତ୍ୟେକ ସଂକ୍ରମଣ ଭାଇରସ୍‌କୁ ମ୍ୟୁଟେଶନ କରିବାର କ୍ଷମତା ରଖିଥାଏ। ତେଣୁ ଏହି ପରିପ୍ରେକ୍ଷୀରେ ଓମିକ୍ରନ୍‌ ମଧ୍ୟ ଏହି ମ୍ୟୁଟେଶନ ବଢ଼ାଇବାର ଆଶଙ୍କା ରହୁଛି। ସେ କହିଛନ୍ତି ଯେ, ଟିକା ଓ ନ୍ୟାଚୁରାଲ ଶୈଳୀରେ ମିଳିଥିବା ଇମ୍ୟୁନିଟି ହେବା କାରଣରୁ ଲୋକଙ୍କୁ ସଂକ୍ରମିତ କରୁଛି। ଏହାର ଅର୍ଥ ଯେ, ଏହି ସଂକ୍ରମଣ ଅଧିକରୁ ଅଧିକ ଲୋକଙ୍କ ଠାରେ ଆଗାମୀ ଦିନରେ ବିକଶିତ ହୋଇପାରେ। ମାତ୍ର ବିଶେଷଜ୍ଞ ସ୍ପଷ୍ଟ କରି ନାହାନ୍ତି ଯେ, କରୋନାର ଆଗାମୀ ଭାରିଆଣ୍ଟ କିଭଳି ବ୍ୟାପିପାରେ। ଏହାର ଲକ୍ଷଣ ସଂପର୍କରେ ମଧ୍ୟ ସେ କହି ନାହାନ୍ତି। ମାତ୍ର ବିଶେଷଜ୍ଞଙ୍କ କହିବା ଅନୁସାରେ ଓମିକ୍ରନ୍‌ର ସ୍ବୀକ୍ବେଲ ଏକ ସାଧାରଣ ରୋଗୀ ଓ ଟୀକାକରଣ ଏହାର ବିରୋଧରେ କାମ କରିବା ଏହାର କୌଣସି ସୁନିଶ୍ଚିତତା ନାହିଁ।  

Leave A Reply

Your email address will not be published.