ସରଗରମ କନ୍ଧମାଳ ରାଜନୀତି : ପ୍ରଥମ ଦିନରେ ୧୯୨ ପ୍ରାର୍ଥୀପତ୍ର ଦଖଲ

ଫୁଲବାଣୀ -୧୮.୧.୨୦୨୨ (ଵାପିସାନ) ପଂଚାୟତ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ l ଆଉ ସରଗରମ ହୋଇ ଉଠିଛି ଗାଁ ରାଜନୀତି l ରାଜ୍ୟର ତିନି ପ୍ରମୁଖ ଦଳ ଜିତିବା ପାଇଁ ଆରମ୍ଭ କରିଦେଲେଣି ରଣନୀତି l ଏନେଇ ସମସ୍ତ ରଣନୀତି ପ୍ରସ୍ତୁତ l ତେବେ ଏହି କ୍ରମରେ କନ୍ଧମାଳ ଜ଼ିଲ୍ଲା ରେ ଆଜି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜ଼ିଲ୍ଲା ପରିଷଦ ସଭ୍ୟ ପାଇଁ ୧ ୯ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ସେଥି ମଧ୍ୟରୁ ୱାର୍ଡ ମେମ୍ବର ଭାବେ 140ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସରପଞ୍ଚ ୩୨ ଜଣ, ସମିତିସଭ୍ୟ ଭାବେ ୨୦ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ଜ଼ିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି l ତେବେ ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଆଜି କେହି ଜଣେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିନଥିବା ଜଣାପଡିଛି l ତେବେ ପାର୍ଥୀମାନେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି କମ ସଂଖ୍ୟକ ସମର୍ଥକ ଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳି ଥିଲା l ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେପରି ମୁକ୍ତ, ଅବାଧ, ସ୍ଵଛ ଓ ନିରପେକ୍ଷ ହେବ ସେଥିପାଇଁ ଜ଼ିଲ୍ଲାପାଳ, ବିଡ଼ିଓ ଓ ଜ଼ିଲ୍ଲା ପଂଚାୟତ ଅଧିକାରୀ, ପ୍ରମୁଖ ସତର୍କ ଦୃଷ୍ଟି ଦେଉଥିବା ଦେଖିବାକୁ ମିଳିଛି l ତେବେ କନ୍ଧମାଳରେ ଆଗକୁ ଅନେକ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓଲ୍ହାଇ ବାକୁ ଥିବା ବେଳେ କିଏ ପିନ୍ଧିବ ବିଜୟର ମୁକୁଟ ତାହା ଉପରେ ସମସ୍ତଙ୍କ ନଜର l

Leave A Reply

Your email address will not be published.